ପାରଳାରେ “ଦୋଳ ଉତ୍ସବ” ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନୟନ କମିଟି ଏବଂ ଜିଲା ସଂସତି ପରିଷଦ ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଚାଲିଥୁବା ଦୋଳଉତ୍ସବ ଗତ ରାତ୍ରରେ ଏହା ଉଦଯାପିତ ହୋଇଯାଇଛି. ଦୋଳ ପୂର୍ଣ୍ଣିମା ଦିନ ରା ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦ, କେଉଟ ସାହିର ଶ୍ରୀ ବାଲାଜୀ ଠାକୁର, ଜଗନ୍ନାଥ ମନ୍ଦିରରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ରାଜୁଗୁରୁ ସାହିର ରସିକରାଜ ଠାକୁର, ଚିତ୍ରକାର ସାହିର ରାଜଗୁରୁ ମଠରୁ ପ୍ରଭୁ ରାଧାଗୋବିନ୍ଦଙ୍କୁ ସୁସଜ୍ଜିତ ବିମାନରେ ବସାଇ ବିରାଟ ପଟୁଆରରେ ଘଣ୍ଟ, ତାଳ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ, ବାଜା ବଜାଇ ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳ ମଣ୍ଡପକୁ ଅଣାଯାଇଥିଲା । ଦୋଳ ଉତ୍ସବର ପଞ୍ଚମ ସଂଧ୍ୟାରେ ଡ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥୂ ରୂପେ ଯୋଗଦେଇଥିବା ବେଳେ ଅତିଥୂ ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ଼.କଲ୍ୟାଣୀ ମିଶ୍ର , ବିନୋଦ ଚନ୍ଦ୍ର ଜେନା ବିଚିତ୍ରାନନ୍ଦ ବେବତ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ଗତକାଲି ଉଦଯାପାନୀ ରଜନୀରେ ମଧ୍ୟ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ଏବଂ ଲୋକଙ୍କ ଭିଡ଼ ବେଶ ଜମିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ