ପାରଳା ଦୋଳ ମଣ୍ଡପରେ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଦୋଳ ବନ୍ଧ ଉନ୍ନୟନ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଅନୁଷ୍ଠିତ ଦୋଳ ଉତ୍ସବର ପଞ୍ଚମ ସନ୍ଧ୍ୟାରେ ପାରଳାଖେମୁଣ୍ଡିର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଦୋଳ ବନ୍ଧ ଉନ୍ନୟନ କମିଟିର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ଜେନା, ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ରଘୁନାଥ ପାତ୍ର ଓ ଭକ୍ତି ସଙ୍ଗୀତ ସଂସଦର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପରେ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭଜନ ପରିବେଷଣ କରି ଶ୍ରୋତାଙ୍କୁ ବାନ୍ଧି ରଖିପାରିଥିଲେ। ବାଦ୍ୟ ଯନ୍ତ୍ରରେ ଗୁରୁ ଏମ.ମାଧବ ପାତ୍ର, ତ୍ରିଲୋଚନ ପଣ୍ଡା, ଅନୀଲ ଓ ପାପାରାଓ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ, ଗୁରୁ ରଘୁନାଥ ପାତ୍ର, ରାଜେନ୍ଦ୍ର କୁମାର ରଥ, ସରୋଜ କୁମାର ପଣ୍ଡା ଓ ଗିରିଶ ଚନ୍ଦ୍ର ରଥ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ