ଅସ୍ତରଙ୍ଗ ନିକଟସ୍ଥ ସମୁଦ୍ରକୂଳରୁ ମୃତ ଡଲଫିନ ଉଦ୍ଧାର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ପୀରଜାହାନିଆ ସମୁଦ୍ର କୂଳରୁ ଏକ ବଟଲନୋଜ ପ୍ରଜାତିର ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନ ଟି ପାଖାପାଖି ୩ ଫୁଟ ରୁ ଉର୍ଦ୍ଧ ଲମ୍ବ ହେବ। ସମୁଦ୍ର ଭିତରେ ଟ୍ରଲର ମାଡ଼ରେ ଡଲଫିନି ଟି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ସ୍ଥାନୀୟ କିଛି ଲୋକ ଏହାକୁ ଦେଖି ବନ ବିଭାଗ କୁ ଖବର ଦେବା ପରେ ଅସ୍ତରଙ୍ଗ ବନବିଭାଗ ଏହି ମୃତ ଡଲଫିନ କୁ ଉଦ୍ଧାର କରିଛନ୍ତି। ମୃତ୍ୟୁ ପଛରେ ଥିବା କାରଣର ଅନୁସନ୍ଧାନ କରୁଛି ବନବିଭାଗ। ମୃତ ଡଲଫିନ ଲମ୍ବା ପାଖାପାଖି ୩ ଫୁଟ ରୁ ଉର୍ଦ୍ଧ ହୋଇଥିବା ବେଳେ ଓଜନ ୧୭ରୁ ୨୦କିଲୋ ଭିତରେ ହେବ। ପୀର ଜାହାନିଆ ସମୁଦ୍ର କୂଳରେ ବିରଳ ଡଲଫିନ ମୃତ ଦେହ ମିଳିବାକୁ ନେଇ ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି। ସମୁଦ୍ର ଭିତରେ ଏକ ନିଦ୍ଧିଷ୍ଟ ଅଂଚଳରେ ଟ୍ରଲର ଚାଲୁଥିବା ନେଇ ନିୟମ ଥିବାବେଳେ ଏହାକୁ ଅନେକ ଟ୍ରଲର ମାନୁନାହାନ୍ତି। ଫଳରେ ଟ୍ରଲର ଲୁହା ବ୍ଲେଡ ରେ ଆଘାତ ହୋଇ ଡଲଫିନ ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ୍ୟୁ ଡଲଫିନ ଶବ କୁ ବ୍ୟବଚ୍ଛେଦ କରିବାକୁ ବନ ବିଭାଗ ପଠାଇଛି । ଏହି ମାସ ରେ ଅସ୍ତରଙ୍ଗ ବନ ବିଭାଗ ୧୦ ରୁ ଉର୍ଦ୍ଧ୍ବ ଟ୍ରଲର କୁ ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗ ରେ ଜବତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ