ନୟାହାଟ ଅଞ୍ଚଳ ରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ, ପୋଲିସ ନିଷ୍କ୍ରିୟ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନୟାହାଟ ଫାଣ୍ଡି ଅଞ୍ଚଳ ରେ ଗତ କିଛି ଦିନ ହେବ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇପଡିଥିବା ବେଳେ ସ୍ଥାନୀୟ ପୋଲିସ ନିଦା ବିଷ୍ଣୁ ସାଜିଥିବାରୁ ସ୍ଥାନୀୟ ଅଞ୍ଚଳ ର ବ୍ୟବସାୟୀ ମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଗତ ଏକ ମାସ ମଧ୍ୟରେ ନୟାହାଟ ଅଞ୍ଚଳ ରେ ୧୦ ରୁ ଉର୍ଦ୍ଧ୍ୱ ଲୁଟ ଘଟଣା ଘଟିଥିବାବେଳେ ପୋଲିସ ଲୁଟେରା ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ଗତ ଗୁରୁବାର ବିଳମ୍ବିତ ରାତି ରେ ସିଙ୍ଗି ପାନିଆ ଗ୍ରାମ ର ବୁଲୁ ସାହୁ ଙ୍କ ମୋଟର ସାଇକେଲ ନଂ ଓ ଡି ୧୩ ଜି – ୩୨୯୨ କୁ ତାଙ୍କ ଘର ଆଗରୁ କେହି ଲୁଟ କରିନେଇଥିବା ପୋଲିସ ରେ ଅଭିଯୋଗ ହୋଇଛି। ସେହିପରି ସୋମବାର ବିଳମ୍ବିତ ରାତିରେ ଗଡନିପାଣିଆ ଗ୍ରାମ ର ଲୋକନାଥ ରାୟ ଙ୍କ ପରିବାର ଲୋକମାନେ ଘରେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ଦେଇ ଦୁବୃର୍ତ୍ତ ମାନେ ତାଙ୍କ ଗୁହାଳ ରୁ ୫ ଟି ଛେଳି ନେଇ ପଳାଇଥିବା ଶ୍ରୀ ରାୟ ପୋଲିସ ରେ ଲିଖିତ ଅଭିଯୋଗ କରିଛନ୍ତି। ସେହିଦିନ ରାତି ରେ ସିଙ୍ଗିପାନିଆ ଗାଁ ମୁଣ୍ଡ ପେଟ୍ରୋଲ ପମ୍ପ ନିକଟସ୍ଥ ବଡଗୋରଡା ଗ୍ରାମ ର ସୁଶାନ୍ତ ଦାସ ଙ୍କ ପାନ ଦୋକାନ ତାଲା ଭାଙ୍ଗି ଦୁବୃର୍ତ୍ତ ମାନେ ନଗଦ ୭୦୦ ଟଙ୍କା ସମେତ ବିଭିନ୍ନ ସାମଗ୍ରୀ ଲୁଟ କରିନେଇଥିବା ସେ ମଧ୍ୟ ପୋଲିସ ରେ ଅଭିଯୋଗ କରିଛନ୍ତି।ଦିନକୁ ଦିନ ଲୁଟ ବୃଦ୍ଧି ପାଉଥିଲେ ମଧ୍ୟ ପୋଲିସ ଲୁଟେରା ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି।ନୟାହାଟ ଅଞ୍ଚଳ ରେ ରାତି ରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯିବାକୁ ବାରମ୍ଵାର ଦାବି ହୋଇଆସୁଥିଲେ ମଧ୍ୟ ଗାଡ଼ି ଓ କର୍ମଚାରୀ ଅଭାବ ରୁ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଇପାରୁ ନାହିଁ ବୋଲି କହିଛନ୍ତି ଫାଣ୍ଡି ଅଧିକାରୀ କୁନାଲ କୁମାର। ପୁରୀ ଜିଲ୍ଲା ଏସ ପି ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ନୟାହାଟ ଫାଣ୍ଡି କୁ ଆବଶ୍ୟକୀୟ କର୍ମଚାରୀ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ