ବାଲିଗୁଡାରେ ୧୩ ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା I ଗାଆଁ ଦାଣ୍ଡରେ ଢୋଲ,ମହୁରୀ ସହିତ ଭଜ କଳା ରୁଦ୍ରମଣିଙ୍କୁ ଭଜ ହେ ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ଝୁଣାପଣା ମହକରେ ମହକି ଉଠିଛି ପରିବେଶ I ମଧ୍ୟ ରାତ୍ରିରେ ଝୁଣାଦଣ୍ଡ ରେ ଝୁମି ଉଠୁଛନ୍ତି ଦର୍ଶକ I ବାଲିଗୁଡା ସମେତ ଆଖପାଖର କିଛି ଗ୍ରାମରେ ସୋମବାର ରାତ୍ରରୁ ଆରମ୍ଭ ହୋଇଥିବା ବେଳେ ଆଉ କିଛି ଗ୍ରାମରେ ମଙ୍ଗଳବାର ରାତ୍ର ରୁ ଦଣ୍ଡଯାତ୍ରା ଆରମ୍ଭ ହୋଇଛି l ବିଧି ମୁତାବକ ଗ୍ରାମ ଗୁଡିକରେ ମନ୍ଦିର ସକାଳୁ ସକାଳୁ ମନ୍ଦିରରୁ ଠାକୁରଙ୍କୁ ଆବାହନ କରାଯାଇ ଥିବା ପୋଖରୀ ତୁଠରେ ଦଣ୍ଡ ମଧ୍ୟରେ ଠାକୁରଙ୍କୁ ଉଭା କରାଯାଇ ଭୂକ୍ତାମାନେ ନଗର ଭ୍ରମଣ କରିଥିଲେ I ସନ୍ଧ୍ୟା ସମୟରେ ଆଳତି ଅନୁଷ୍ଠିତ ହେବା ସହିତ ମଧ୍ୟ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଧୂଳିଦଣ୍ଡ ଏବଂ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା I ବାଲିଗୁଡା ପୋଲିସ୍ ଯାତ୍ରା ସମୟରେ ହେଉଥିବା ବିଭିନ୍ନ ବିଶୃଙ୍ଖଳା ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ