ବେଲଗୁଣ୍ଠାର ବିଭିନ୍ନ ଗ୍ରାମରେ ଦଣ୍ଡ ଯାତ୍ରା ଆରମ୍ଭ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଦଣ୍ଡଯାତ୍ରା I ଗାଆଁ ଦାଣ୍ଡ ଢୋଲ,ମହୁରୀ ସହିତ ଭଜ କଳା ରୁଦ୍ରମଣିଙ୍କୁ ଭଜ ହେ ଶବ୍ଦରେ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ଝୁଣାପଣା ମହକରେ ମହକି ଉଠିଛି ପରିବେଶ I ମଧ୍ୟ ରାତ୍ରିରେ ଆଧୁନିକ ନାଟକ ଏବଂ ମେଲୋଡିରେ ଝୁମି ଉଠୁଛନ୍ତି ଦର୍ଶକ I ବ୍ଳକ୍ ର କିଛି ଗ୍ରାମରେ ଶନିବାର ଠାରୁ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ କିଛି ଗ୍ରାମରେ ଆଜି ଆରମ୍ଭ ହୋଇଛି ଦଣ୍ଡଯାତ୍ରା I ବ୍ଳକ୍ ର ପାଲକଷଣ୍ଢା, ଦହିମୁଣ୍ଡଳୀ ,ବଡ଼ ବୋର୍ସିଂ,ତନରଡା ଆଦି ଗ୍ରାମରେ ପୂର୍ବରୁ ଦଣ୍ଡଯାତ୍ରା ଆରମ୍ଭ ହୋଇସାରିଥିବା ବେଳେ ଆଜି ଇନ୍ଦନପୁର,ସିଂହମର୍ଦ୍ଦନ,ଗୋବରା, ଡେଙ୍ଗାପଦର,ଜାଲଖାଇ,ବାଲିଭାଗ,କୋକଲୁଣ୍ଡା,ହାଟ ଆମ୍ବପୁଆ, ବେଲଗୁଣ୍ଠା, ବାଣତୁମ୍ବ ଆଦି ଗ୍ରାମରେ ସୋମବାର ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା I ବିଧି ମୁତାବକ ଉକ୍ତ ଗ୍ରାମ ଗୁଡିକରେ ଆଜି ସକାଳୁ ମନ୍ଦିରରୁ ଠାକୁରଙ୍କୁ ଆବାହନ କରାଯାଇ ଧୂଳିଦଣ୍ଡ ଏବଂ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା I ପୋଖରୀ ତୁଠରେ ଦଣ୍ଡ ମଧ୍ୟରେ ଠାକୁରଙ୍କୁ ଉଭା କରାଯାଇ ଭୂକ୍ତାମାନେ ନଗର ଭ୍ରମଣ କରିଥିଲେ I ସନ୍ଧ୍ୟା ସମୟରେ ଆଳତି ଅନୁଷ୍ଠିତ ହେବା ସହିତ ମଧ୍ୟ ରାତ୍ରିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପୌରାଣିକ ନାଟକ, ସାମାଜିକ ନାଟକ, ଆଧୁନିକ ମେଲୋଡି ଏବଂ ଦଣ୍ଡ ସୁଆଙ୍ଗ ଅନୁଷ୍ଠିତ ହୋଇଥିଲା I ଉଭୟ ବେଲଗୁଣ୍ଠା ପୋଲିସ୍ ଏବଂ ଗାଙ୍ଗପୁର ପୋଲିସ୍ ପକ୍ଷରୁ ଦଣ୍ଡ ଯାତ୍ରା ସମୟରେ ହେଉଥିବା ବିଭିନ୍ନ ବିଶୃଙ୍ଖଳା ଉପରେ କଡ଼ା ନଜର ରଖାଯାଇଥିବା ସୂଚନା ମିଳିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ