ନୀଳମଣିଙ୍କୁ ଦ୍ୱିତୀୟ ଥର ବିଜେପି ଟିକେଟ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସୋରଡ଼ା ବିଧାନ ସଭା ମଣ୍ଡଳୀ ପାଇଁ ବିଜେଡ଼ି ପୂର୍ବରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଧର୍ମପତ୍ନୀ ସଂଘମିତ୍ରା ସ୍ୱାଇଁଙ୍କ ନାମ ଘୋଷଣା କରିସାରିଥିବା ବେଳେ ଆଜି ଏହି ଆସନ ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ୍ ପ୍ରାର୍ଥୀ ଘୋଷଣା କରିଛନ୍ତି ଓ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ଦ୍ୱିତୀୟ ଥର ପାଇଁ ନୀଳମଣି ବିଷୋୟୀଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କ ନାମ ଘୋଷଣା କରିଛି ଓ ନୀଳମଣି ପୂର୍ବରୁ ୨୦୦୯ ରେ କଂଗ୍ରେସ୍ ରୁ ଟିକେଟ୍ ନପାଇ ସ୍ୱାଧୀନ ଭାବେ ଲଢ଼ି ଉଭୟ କଂଗ୍ରେସ୍ ଏବଂ ବିଜେପିକୁ ବହୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ପୁଣି ୨୦୧୪ ରେ ନୀଳମଣିଙ୍କ ଗୋଟି ଚାଳନାରେ ତାଙ୍କ ଅନୁପସ୍ଥିତିରେ ତାଙ୍କ ସାନ ଭାଇ ବସନ୍ତ କୁମାର ବିଷୋୟୀ କଂଗ୍ରେସ୍ ରୁ ଟିକେଟ୍ ପାଇ ଶାସକ ବିଜେଡ଼ି ସହିତ କଡ଼ା ଟକ୍କର ଦେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ୨୦୧୯ ନିର୍ବାଚନ ପୂର୍ବରୁ ନୀଳମଣି ବିଜେପିରେ ଯୋଗ ଦେଇ ଦଳୀୟ ଟିକେଟ୍ ପାଇବା ପରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ସହିତ ପୁଣି ଏକ ଦମଦାର ଲଢ଼େଇ ଦେଖିବାକୁ ମିଳିଥିଲା ଏବଂ ନୀଳମଣିଙ୍କ ଭୋଟ୍ ହାର ବଢ଼ିଥିଲେ ମଧ୍ୟ ସେ ଦ୍ୱିତୀୟ ସ୍ଥାନରେ ହିଁ ରହିଥିଲେ ଓ ବର୍ତ୍ତମାନ ବିଜେଡ଼ି ସଙ୍ଘମିତ୍ରାଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ପୁଣି ଥରେ ନୀଳମଣିଙ୍କୁ ଟିକେଟ୍ ଦେଇଛି ଓ ଯାହା କେବଳ ବିଜେଡ଼ି ବିଜେପି ନୁହଁ ପରୋକ୍ଷରେ ଚତୁର୍ଥ ଥର ପାଇଁ ତିନି ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ବନାମ୍ ନୀଳମଣିଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ରାଜନୀତିକ ସମୀକ୍ଷକ ମାନେ ପ୍ରକାଶ କରିଛନ୍ତି ଓ ଆଜି ବିଜେପି ଟିକେଟ୍ ପାଇଁ ନୀଳମଣିଙ୍କ ନାମ ଘୋଷଣା ହେବା ପରେ କର୍ମୀ ଉତ୍ସାହିତ ହୋଇପଡିଥିବା ବେଳେ ନୀଳମଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ୍ ଶାହା,ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେ.ପି ନଡ୍ଡା,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସମସ୍ତ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ଅନ୍ୟପଟେ କଂଗ୍ରେସ୍ ପ୍ରଥମ ଥର ପାଇଁ ସୋରଡ଼ା ବ୍ଳକ୍ କଂଗ୍ରେସ୍ ସଭାପତି ହରିକୃଷ୍ଣ ରଥଙ୍କୁ ଟିକେଟ ପ୍ରଦାନ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ