ବଡକୋଦଣ୍ଡl ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଏଠାରୁ ପ୍ରାୟ ତିନିକିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡକୋଦଣ୍ଡା ଠାରେ ଉତ୍କଳ ଦିବସ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ଶିକ୍ଷକ ସlଜନ ସ୍ୱାଇଁ, ଶରତ ଚନ୍ଦ୍ର ବେହେରା ଓ ବାଳକୃଷ୍ଣ ପାତ୍ର ଯୋଗଦେଇ ଉତ୍କଳ ଦିବସର ଇତିହାସ, ପ୍ରାଚୀନ ଐତିହ୍ୟ, ପରମ୍ପରା, ସଂସ୍କୃତି ସହ ମହାନ ପୁରୁଷ ମାନଙ୍କ ଭୂମିକା ଓ ଓଡ଼ିଆ ଭାଷାର ପ୍ରାଚୀନ ମହାନତା ସହ ସ୍ୱତନ୍ତ୍ର ପ୍ରଦେଶ ଗଠନ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାରା ଓଡ଼ିଶାର ଜାତୀୟ ସଂଗୀତ ଗାନ କରାଯାଇଥିଲା ପରେ ପରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଉତ୍କଳ ଦିବସ ଉପରେ ଭାଷଣ ଦେଇ ପୁରସ୍କୃତ ହୋଇଥିଲେ l ଏଥିରେ ପଚାଶରୁ ଉର୍ଧ୍ଵ ଛାତ୍ର, ଛାତ୍ରୀ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳି ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଶେଷରେ ଶିକ୍ଷକ ସାଜନ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ