ଭଞ୍ଜନଗର ଠାରେ ଉପଖଣ୍ଡସ୍ତରୀୟ ୮୯ତମ ଉତ୍କଳ ଦିବସ ପାଳିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଉପଖଣ୍ଡ ପ୍ରଶାସନ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ଭଂଜନଗର ତହସିଲଦାର ଉମାଶଙ୍କର ବେହେରା, ଭଞ୍ଜନଗର ପୌର ପରିଷଦ କାଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା ଯୋଗଦାନ କରି ପ୍ରାତଃ ସମୟରେ ଭଞ୍ଜନଗର ସହରରେ ଥିବା ଉତ୍କଳ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହାପରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସେଥିରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ସହ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱ ରଞ୍ଜନ କର ଏବଂ ଭଞ୍ଜନଗର ଉପଖଣ୍ଡର ସମସ୍ତ ତହସିଲଦାର , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଅନ୍ୟାନ୍ୟ ସରକାରୀ ଅଧିକାରୀ ଏବଂ ସରକାରୀ କର୍ମଚାରୀ ଓ ସାମ୍ବାଦିକମାନେ ଯୋଗ ଦେଇ ଓଡ଼ିଶାର ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଉତ୍କଳ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା । ଓଡ଼ିଆ ଭାଷା ହିଁ ଓଡ଼ିଆ ଜାତିର ଜିବନୀ ଶକ୍ତି l ଏଣୁ ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର ମମତା ରହିବା ଉଚିତ l ଓଡ଼ିଆ ଭାଷାକୁ ଭୁଲିଗଲେ ନିଜର ପରିଚୟ ଭୁଲିଯିବାକୁ ପଡିବ l ତେଣୁ ଓଡ଼ିଆ ଭାଷାର ଉନ୍ନତି ଓ ପ୍ରସାରର ସମୂହତତ୍ପରତା ଆବଶ୍ୟକତା ରହିଛି ବୋଲି ଉପଜିଲ୍ଲାପାଳ ଶ୍ରୀ ସେଠୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଉକ୍ତ ଉତ୍ସବରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀଙ୍କୁ ବିଭାଗୀୟ ବରିଷ୍ଠ କର୍ମଚାରୀ ପ୍ରଦୀପ କୁମାର ପାତ୍ର ଓ ତାରିଣୀ ସାହୁ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ