ନୂଆ ମୁହଁ କୁ ନେଇ ଚର୍ଚ୍ଚା ବଢୁଛି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡ଼ା ନିର୍ବାଚନମଣ୍ଡଳୀ ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ।ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏଠାରେ ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇଉଠିଛି। ଏଠାରେ କେଉଁ ଦଳ ରୁ କିଏ ପ୍ରାର୍ଥୀ ହେବ ତାହା ଘୋଷଣା ହୋଇ ନ ଥିବାରୁ ପ୍ରାର୍ଥୀତ୍ବ କୁ ନେଇ ନା ନା ଚର୍ଚ୍ଚା ଜୋର ଧରିଛି। ଏଠାର ବିଧାୟକ ସମୀର ରଞ୍ଜନ ଦାଶ ପୁଣି ଥରେ ଦଳୀୟ ପ୍ରାର୍ଥୀ ହେବେ ବୋଲି ତାଙ୍କ ସମର୍ଥକ ମାନେ କହୁଥିବା ବେଳେ ତାଙ୍କ ନାମ ଘୋଷଣା ହେଉ ନ ଥିବାରୁ ଦଳ ଏଠାରେ ଜଣେ ନୂଆ ପ୍ରାର୍ଥୀ ଦେବ ବୋଲି ଅନ୍ୟ ଆଶାୟୀ ପ୍ରାର୍ଥୀ ମାନେ ପ୍ରଚାର କରୁଛନ୍ତି। ସେହିପରି ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ବିଜେଡ଼ି ର ପ୍ରାର୍ଥୀ ଘୋଷଣା କୁ ଅପେକ୍ଷା କରାଯାଇଛି। ବିଜେଡ଼ି ର ପ୍ରାର୍ଥୀ ଘୋଷଣା ହେବା ପରେ ତାଙ୍କ ସହିତ କିଏ ଲଢି ବିଜୟୀ ହୋଇ ପାରିବ ସେ ନେଇ ବିଜେପି ଓ କଂଗ୍ରେସ ଦଳ ଅଙ୍କକଷା ଆରମ୍ଭ କରିଛି। ବିଭିନ୍ନ ଦଳ ରେ ଏକାଧିକ ବ୍ୟକ୍ତି ପ୍ରାଥି ହେବାକୁ ନିଜ ନିଜ ର ରଣ କୌଶଳ ଆରମ୍ଭ କରି ଦେଇଛନ୍ତି। ଏଠାର ବିଜେଡ଼ି ବିଧାୟକ ଙ୍କୁ ବଦନାମ କରିବାକୁ ବିରୋଧୀ ଦଳ ଯେପରି ତୁହା କୁ ତୁହା ଶାଣିତ ଆକ୍ରମଣ କରିଚାଲିଛି ତାହା ଶାସକ ଦଳ ମୁଖିଆ ଙ୍କୁ ଚିନ୍ତାରେ ପକାଇଛି। ପୁଣି ଥରେ ଦଳ ବିଧାୟକ ସମୀର ଙ୍କୁ ପ୍ରାର୍ଥୀ କରିବ କି ନାହିଁ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।ନିମାପଡ଼ା – ଗୋପ ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନ ପାଇଁ କିଏ କେଉଁ ଦଳ ରୁ ଦଳୀୟ ପ୍ରାର୍ଥୀ ହେବ ସେ ନେଇ ଭୋଟରଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ବିଜେଡ଼ି ନିମାପଡ଼ାରେ ସମୀରଙ୍କୁ ଆଉଥରେ ପ୍ରାର୍ଥୀ କରି ରିସ୍କ ନେବ ନା ନୂଆ ମୁହଁ କୁ ପ୍ରାର୍ଥୀ କରିବ ତାହାକୁ ନିର୍ବାଚନମଣ୍ଡଳୀ ବାସୀ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ