ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ବିଶ୍ୱ ଐତିହ୍ୟ ଦିବସ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି । ବିଶ୍ୱର ପ୍ରାଚୀନ ଐତିହ୍ୟ ସ୍ଥଳର ସୁରକ୍ଷା ଓ ସଂରକ୍ଷଣ ଉଦେଶ୍ୟରେ ୟୁନେସ୍କୋ ଦ୍ୱାରା ୧୯୭୨ ମସିହା ଏପ୍ରିଲ ୧୮ କୁ ବିଶ୍ୱ ଐତିହ୍ୟ ଦିବସ ଭାବେ ଘୋଷଣା କରାଯାଇଥିଲା । ପୂର୍ବ ଭାରତର ଏକ ମାତ୍ର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିସରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆଜି ବିଶ୍ୱ ଐତିହ୍ୟ ଦିବସ ପାଳନ ଅବସରରେ ଏ ଏସ ଆଇ ମିୟୁଜିୟମ ଠାରୁ ସୂର୍ଯ୍ୟମନ୍ଦିର ପର୍ଯ୍ୟନ୍ତ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସାଂସ୍କୃତିକ ସଚେତନତା ଶୋଭଯାତ୍ରା ଅନୁଷ୍ଠିତ ହେବା ସହ ଏକ ସଚେତନତା ଧର୍ମୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏକ ଫୋଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବା ସହ ଆଜି ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ