ପ୍ରିମିୟର୍ ଏନର୍ଜିଜ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଫ୍ରଷ୍ଟ ଆଣ୍ଡ ସଲିଭାନ୍ ରିପୋର୍ଟ ଅନୁଯାୟୀ, ଭାରତର ଦ୍ୱିତୀୟ ବୃହତ୍ତମ ଇଣ୍ଟିଗ୍ରେଟେଡ୍ ସୋଲାର ସେଲ୍ ଓ ସୋଲାର ମଡ୍ୟୁଲ୍ ନିର୍ମାତା (ଯଥାକ୍ରମେ ୨ ଗିଗା ୱାଟ ଏବଂ ୩.୩୬ ଗିଗା ୱାଟର ବାର୍ଷିକ ପ୍ରସ୍ଥାପନ କ୍ଷମତା ଅନୁଯାୟୀ) ପ୍ରିମିୟର୍ ଏନର୍ଜିଜ୍ ଲିମିଟେଡ୍‌, ସେବି ନିକଟରେ ଡ୍ରାଫ୍ଟ ରେଡ୍ ହେରିଙ୍ଗ୍ ପ୍ରୋସପେକ୍ଟସ୍ (ଡିଆରଏଚପି) ଦାଖଲ କରିଛି । ମାର୍ଚ୍ଚ ୩୧, ୨୦୨୪ ସୁଦ୍ଧା, ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ମାଧ୍ୟମରେ ୧୫୦୦ କୋଟି ଟଙ୍କା ସଂଗ୍ରହ କରିବ ।ଡ୍ରାଫ୍ଟ ରେଡ୍ ହେରିଙ୍ଗ୍ ପ୍ରୋସପେକ୍ଟସ୍ ଅନୁଯାୟୀ, ହାଇଦ୍ରାବାଦ ସ୍ଥିତ କମ୍ପାନୀର ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ୧୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଇକ୍ୱିଟି ସେୟାରର ଏକ ଫ୍ରେସ୍ ଇସୁ ଜାରି କରିଛି । ବିକ୍ରୟ ଅଂଶୀଦାରମାନଙ୍କ ଦ୍ୱାରା ୨,୮୨,୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରୟ ଏହି ଅଫର ମାଧ୍ୟମରେ ଉପଲବ୍ଧ ହେବ । ଏଥିପାଇଁ ସାଉଥ୍ ଏସିଆ ଗ୍ରୋଥ୍ ଫଣ୍ଡ ।। ହୋଲ୍ଡିଂ ଏଲଏଲସି ୨,୩୮,୪୬,୪୦୦ ଇକ୍ୱିଟି ସେୟାର ଏବଂ ସାଉଥ୍ ଏସିଆ ଇବିଟି ଟ୍ରଷ୍ଟ ୧,୫୩,୬୦୦ ଇକ୍ୱିଟି ସେୟାର ଏବଂ ପ୍ରମୋଟର ଚିରଞ୍ଜୀବ ସିଂ ସାଲୁଜା ୪୨,୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରିବେ ।କମ୍ପାନୀ, ବିଆରଏଲଏମ୍ ଗୁଡ଼ିକ ସହିତ ପରାମର୍ଶ କରି, ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସିକ୍ୟୁରିଟିଗୁଡିକର ପ୍ରି-ଆଇପିଓ ସ୍ଥାନିତ କରିବାକୁ ବିଚାର କରିପାରେ, ଯଦି ପ୍ରି-ଆଇପିଓ ପ୍ଲେସମେଣ୍ଟ ନିଆଯାଏ, ତେବେ ଫ୍ରେସ୍ ଇସୁର ପରିମାଣ ହ୍ରାସ ହେବ ।ପ୍ରିମିୟର୍ ଏନର୍ଜିଜ୍ ଲିମିଟେଡ୍ ଯାହା ୧୯୯୫ ରେ ସୁରେନ୍ଦର ପାଲ୍ ସିଂ ସାଲୁଜା, ଚେୟାରମ୍ୟାନ୍ ତଥା ନିର୍ଦ୍ଦେଶକ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି କମ୍ପାନୀ, ଫ୍ରେସ୍ ଇସୁରୁ ଆଦାୟରୁ ୧୧୬୮ କୋଟି ଟଙ୍କା ଏହାର ସହାୟକ କମ୍ପାନୀରେ ପ୍ରିମିୟର ଏନର୍ଜି ଗ୍ଲୋବାଲ୍ ଏନଭାଇନମେଣ୍ଟ ପ୍ରାଇଭେଟ ଲିମିଟେଡ୍ (ଫିଇପିଜିଇପିଏଲ୍‌) ବିନିଯୋଗରେ ବ୍ୟବହାର କରିବାକୁ ପ୍ରସ୍ତାବ ରଖିଛି ।ପ୍ରିମିୟର୍ ଏନର୍ଜିଜ୍‌, ଯାହାର ପାଂଚଟି ଉତ୍ପାଦନ ପ୍ଲାଣ୍ଟ ରହିଛି, ଯାହା କମ୍ପାନୀର ମାଲିକାନା ଜମିରେ (ହାଇଦ୍ରାବାଦ ଓ ତେଲେଙ୍ଗାନା ଠାରେ) ଅବସ୍ଥିତ । ପରିଚାଳନା ନିର୍ଦ୍ଦେଶକ ଚିରଞ୍ଜୀବ ସିଂ ସାଲୁଜାଙ୍କ ନେତୃତ୍ୱରେ ୩୧ ଡିସେମ୍ବର ୨୦୨୩ ରେ ଶେଷ ହୋଇଥିବା ନଅ ମାସ ଧରି ଭାରତର ବୃହତ୍ତମ ରପ୍ତାନୀକାରୀ ଭାବେ ଆମେରିକାରେ ସୋଲାର ସେଲ ବିତରକ ହୋଇପାରିଛି ।ବ୍ୟବସାୟରୁ କମ୍ପାନୀର ଆୟ ଆର୍ôଥକ ବର୍ଷ ୨୦୨୧ ରୁ ଆର୍ôଥକ ବର୍ଷ ୨୦୨୩ ପର୍ଯ୍ୟନ୍ତ ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର) ୪୨.୭୧ ପ୍ରତିଶତ ହାରରେ ବୃଦ୍ଧି ଘଟିଛି ।କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନୀ ଲିମିଟେଡ୍‌, ଜେ.ପି ମୋର୍ଗାନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ଆଇସିଆଇସିଆଇ ସିକ୍ୟୁରିଟି ଲିମିଟେଡ୍ ଏହାର ଲିଡ୍ ମ୍ୟାନେଜର ଅଛନ୍ତି । ଇକ୍ୱିଟି ସେୟାରଗୁଡିକ ବିଏସଇ ଏବଂ ଏନଏସଇ ରେ ତାଲିକାଭୁକ୍ତ ହେବାକୁ ପ୍ରସ୍ତାବ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ