ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ତରଫରୁ ପଶୁପକ୍ଷୀଙ୍କ ପାଇଁ ଜଳ ଯୋଗାଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଆଉଟୁ ପାଉଟୁ ହେଉଛନ୍ତି ଲୋକମାନେ । ପରିସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରକୁ ଗଲାବେଳେ ଶୋଷ ମେଣ୍ଟାଇବା ପାଇଁ ସାଙ୍ଗରେ ପାଣିବୋତଲ ନେଇ ଯିବାକୁ ପଡୁଛି । ମାତ୍ର କଥା କହିପାରୁ ନଥିବା ନିରୀହ ପଶୁପକ୍ଷୀମାନେ ଏହି ଗ୍ରୀଷ୍ମପ୍ରବାହରେ ପାଣି ମୁନ୍ଦିଏ ପିଇବା ପାଇଁ ଡହଳ ବିକଳ ହେଉଛନ୍ତି । ପଶୁପକ୍ଷୀଙ୍କ ଏତାଦୃଶ ସମସ୍ୟାକୁ ହୃଦୟଙ୍ଗମ କରି ସ୍ୱେଚ୍ଛାସେବୀ ସେବାକେନ୍ଦ୍ର, ଭୁବନେଶ୍ୱରର ସ୍ୱେଚ୍ଛାସେବୀମାନେ ମାଟିହାଣ୍ଡି, ପ୍ଲାଷ୍ଟିକ ଡବାକୁ ବ୍ୟବହାର କରି ରାସ୍ତାକଡ଼ରେ ଓ ଗଛଡ଼ାଳରେ ରଖି ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ ପାଣି ରଖିଛନ୍ତି । ଏହି ସ୍ୱେଚ୍ଛାସେବୀମାନେ ଚନ୍ଦକା, କୁଜିମହଲ, ଦାରୁଠେଙ୍ଗ ଆଦି ଅଞ୍ଚଳରେ ଘର ଘର ବୁଲି ଲୋକମାନଙ୍କୁ ନିଜ ଛାତ ଉପରେ ଓ ଅଗଣାରେ ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ ପାଣପାତ୍ର ରଖିବାକୁ ସଚେତନ କରାଇଥିଲେ । ଆଗକୁ ଏହି ଉଦ୍ୟମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ସେବାକେନ୍ଦ୍ରର ସମ୍ପାଦକ ବାପି ନାୟକ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ରୂପାଲି, ଅପରାଜିତା, ଚେମି, ମୋନାଲିସା, ଲିଜା, ପ୍ରତୀକ୍ଷା ଜେନା, ଝୁଲୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ