ବିଶ୍ୱ ଧରିତ୍ରୀ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଧରିତ୍ରୀର ସୁରକ୍ଷା ପାଇଁ ପ୍ରତିବର୍ଷ ଅପ୍ରେଲ ମାସ ୨୨ ତାରିଖଟିକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳନ କରାଯାଇଥାଏ । ଧରିତ୍ରୀକୁ ସୁରକ୍ଷିତ ରଖିବା ପାଇଁ ଏହା ଏକ ସଚେତନ କାର୍ଯ୍ୟକ୍ରମ । ବିଶେଷକରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଦଳି ଯାଉଛି ପରିବେଶ । ଜଳ, ସ୍ଥଳ, ଆକାଶ ସବୁ ଜହର ହୋଇଗଲାଣି । ମାନବୀୟ ହସ୍ତକ୍ଷେପ ଯୋଗୁଁ ସବୁଜ ପୃଥିବୀ ଧିରେ ଧିରେ ଶ୍ରୀହୀନ ହେବାରେ ଲାଗିଛି । ଆମ ପରିବେଶକୁ ଆମେ ନିଜେ ନଷ୍ଟ କରି ଚାଲିଛେ । ସେଥିପାଇଁ ଆମେ ହିଁ ଦାୟୀ । ପୃଥିବୀ ଆମର ଘର । ନିଜ କୋଳରେ ସେ ଆମକୁ ଧରି ରଖିଥିôବାରୁ ଆମେ ତାକୁ ଧରିତ୍ରୀ ବୋଲି କହିଥାଉ । ତେଣୁ ପୃଥିବୀର ସୁରକ୍ଷା କରିବାର ଦାୟିତ୍ୱ ହେଉଛି ଆମର ବୋଲି ଭୁବନେଶ୍ୱର ଉପକଣ୍ଠ ଆଦିବାସୀ ପଲ୍ଲୀ କନ୍ଦଳେଇ ଠାରେ ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ପରିବେଶବିତ୍ ସୁଶାନ୍ତ ସାହୁ ଯୋଗ ଦେଇ ମତ ପ୍ରକାଶ କରିଛନ୍ତି । ସାମାଜିକ ଅନୁଷ୍ଠାନ ‘ବୁଲ୍‌ସଆଇ’ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସମେତ ଗାଁର ବିଦ୍ୟାର୍ଥୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଯୋଗଦେଇ କହିଥିଲେ ସଂପ୍ରତି ପ୍ଲାଷ୍ଟିକ୍‌ର ବିଷ ବଳୟରେ ବିଶ୍ୱ । ଏଣୁ ଆମେ ପଲିଥିନ୍ ଏବଂ ପ୍ଲାଷ୍ଟିକ୍‌ର ବ୍ୟବହାରକୁ ଦୂରେଇ ରଖିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ଜୈବ ବିବିଧତାର ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନତା, ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ବିଦ୍ୟାର୍ଥୀମାନେ ଶପଥ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ