ଓଡିଶା ଶାନ୍ତି ନେଟୱାର୍କର ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ଵେଛାସେବୀ ଅନୁଷ୍ଠାନ ସ୍ୱାଦ ପକ୍ଷରୁ ବାଲେଶ୍ୱର ଠାରେ ଓଡିଶା ଶାନ୍ତି ନେଟୱାର୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି.ସ୍ୱାଦ ଅନୁଷ୍ଠାନର ନିର୍ଦେଶକ ବିମଲ ଚନ୍ଦ୍ର ନାୟକ ଓଡିଶା ଶାନ୍ତି ନେଟୱାର୍କର କାର୍ଯ୍ୟକାରିତା ଓ ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ରାଜ୍ୟର ବିକାଶ ଏବଂ ଶାନ୍ତି ପରସ୍ପର ସହ ଜଡିତ ବୋଲି କହିଥିଲେ. ସାହାରା ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ନାୟକ ଗ୍ରାମ୍ୟସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କିପରି ଶାନ୍ତି ସ୍ଥାପନା ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ ବଳବନ୍ତ ରଣସିଙ୍ଗ୍,ଲିଙ୍ଗରାଜ ପ୍ରାଧନ,ଯାଦବେଶ ମିଶ୍ର,ଉଵାଚକ ମହାନ୍ତି ପ୍ରମୁଖ ଏହି ନେଟୱାର୍କକୁ ଆଗାମୀ ଦିନରେ କିପରି ଆଗକୁ ନିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ.ଏହି କାର୍ଯ୍ୟକ୍ରମରେ ୩୦ରୁ ଉର୍ଦ୍ଧ ଅନୁଷ୍ଠାନ ଓ ସ୍ଵେଛାସେବୀ ଯୋଗ ଦେଇଥିଲେ.ଏହି କାର୍ଯ୍ୟକ୍ରମକୁ ନରେଶ କୁମାର ରଂଜିତ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ