ଓଡ଼ିଶା ମାନବ ଅଧିକାର ଆୟୋଗରେ ପଞ୍ଜିକୃତ ଓ ତଦନ୍ତ ପରିସରଭୁକ୍ତ ହେଲା ଅଙ୍ଗନବାଡ଼ିରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପ୍ରଦାନ ଦିଆଯାଉଥିବା ନିମ୍ନମାନର ଖାଦ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଗ୍ରାମାଞ୍ଚଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) କବିତା ମହାପାତ୍ରଙ୍କ ନିଜ ଅଧିନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ନିଜ ବିଭାଗର ଅଙ୍ଗନବାଡ଼ି ସୁପରଭାଇଜରଙ୍କ କାର୍ଯ୍ୟକଳାପ ନେଇ ଅଭିଯୋଗ ତଥା ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ଅଙ୍ଗନବାଡ଼ି କେନ୍ଦ୍ରକୁ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପାଇଁ ଆସୁଥିବା ଛତୁଆ ଓ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟଗୁଡ଼ିକ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ସହିତ ସ୍ଥାନୀୟ ବୁଦ୍ଧିଜୀବୀ, ଜନସାଧାରଣ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୁବ ସାମ୍ବାଦିକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷାର ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ମାନବ ଅଧିକାର ଆୟୋଗ ଏ ସମ୍ପର୍କରେ କେସ୍ ନଂ ୬୬୯ ତା ୦୪.୦୪.୨୦୨୪ ପତ୍ର ସଂଖ୍ୟା ୬୮୯୦ରେ ଏକ ମାମଲା ରୁଜୁ କରି ତାହା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତଦନ୍ତ କରିବା ପାଇଁ ଓ ଶେଷ ଶୁଣାଣୀ କରିବା ପାଇଁ ୨୪.୦୬.୨୦୨୪କୁ ଧାର୍ଯ୍ୟ କରିଛନ୍ତି । ଭୁବନେଶ୍ୱର ଗ୍ରାମ୍ୟ ସିଡ଼ିପିଓଙ୍କ ଅଧିନରେ ପ୍ରାୟ ୧୯୦ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଏହି କେନ୍ଦ୍ର ଗୁଡ଼ିକର ତଦନ୍ତ କରିବା ପାଇଁ ମଧ୍ୟ ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବୀ ଦାବି ଓ ଅନୁରୋଧ କରି ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ