ମୋହନା ଅଡବା ପୁଲିସର ନିର୍ବାଚନକୁ ଦୃଷ୍ଟିରେ ରଖି ସଚେତନତା

ମୋହନା, (ଅଂଶୁମାନ ପଣ୍ଡା) : ଚଳିତ ନିର୍ବାଚନରେ ଶୃଙ୍ଖଳିତ ମତଦାନ ପାଇଁ ପୋଲିସ୍ପ୍ରଶାସନ ତରଫରୁ ସଚେତନତା କାର୍ଯକ୍ରମ କରାଯାଇଛି, ଅନ୍ତର୍ଗତ ମୋହନା ଓ ଅଡବା ଠାରେ l ଆର.ଉଦୟଗିରି ଏସଡିପିଓ ଏବଂ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ନେତୃତ୍ୱରେ ଚନ୍ଦ୍ରଗିରି, ଚାନ୍ଦିପୁଟ, ମୋହନାରେ ପୋଲିସ ପକ୍ଷରୁ ଶୋଭାଯାତ୍ରା କରାଯାଇଛି ସେଇପରି ଅଡବା ଥାନା ଅଧିକାରୀ ଶୁଭ୍ରକାନ୍ଥ ପଣ୍ଡା ଓ ଟିମ ସଚେତନତା କରିଛନ୍ତି ତାଙ୍କ ଥାନା ଅଂଚଳରେ l ଲୋକେ ଶୃଙ୍ଖଳିତ ଭାବେ ମତଦାନ କରିବା ସହ ଶାନ୍ତି ବଜାଇ ରଖିବାକୁ ପରାମର୍ଶ ଦେଇଛନ୍ତି l ଯଦି କେହି ବିଶୃଙ୍ଖଳା ସୃଷ୍ଟି କରନ୍ତି ତାହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ଏସଡ଼ିପିଓ ଅଶ୍ୱିନୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ