ହଜାର ହଜାର କର୍ମୀଙ୍କ ସହ ଆସି ପ୍ରାର୍ଥି ପତ୍ର ଦାଖଲ କଲେ ପ୍ରାର୍ଥୀ ଆଲୋକ ସେଠୀ

ହାଟଡିହି,(ବିକାଶ ବିଶ୍ୱାଳ ): ତୃତିୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଆଜି ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆନନ୍ଦପୁର ବିଜେପି ପ୍ରାର୍ଥୀ ଆଲୋକ ସେଠୀ । ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ହଜାର ହଜାର ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ହାଟଡିହି ବ୍ଲକ୍ ବିଜେପି କାର୍ଯ୍ୟାଳୟ ରୁ ବାହାରି ଆନନ୍ଦପୁର ବ୍ରିଜ ଛକରେ ପହଂଚିବା ପରେ ସେଠାରୁ ଶୋଭାଯାତ୍ରାରେ ଯାଇ ଆନନ୍ଦପୁର ଉପଜିଲ୍ଲାପାଳ ତଥା ରିଟନିଂ ଅଫିସରଙ୍କ କାର୍ଯ୍ଯଳୟ ଠାରେ ପହଁଚିବା ପରେ ସେଠାରେ ନିଜ ପ୍ରସ୍ତାବକ ଓ ସମର୍ଥକ ଉପସ୍ଥିତରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ବିଜେପିର କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ, ବରିଷ୍ଠ ବିଜେପି ନେତା ମହେଶ୍ୱର ସାହୁ, ଅଶୀମା ମିଶ୍ର, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ରାମଚନ୍ଦ୍ର ସାହୁ, ହରମୋହନ ଶାସିନି, ବିବେକାନନ୍ଦ ରାଉତ ଙ୍କ ସମେତ ବହୁ ବିଜେପି ନେତା ସାମିଲ ହୋଇଥିଲେ। ନାମାଙ୍କନ ଦାଖଲ କରିବା ପରେ ଗଣମାଧ୍ୟମ କୁ ସାକ୍ଷାତକାର ଦେଇ ଲୋକେ ଏଥର ବିଜେପି ଓ ମୋଦୀଙ୍କ ସହ ଅଛନ୍ତି, ଏଥର ଡବଲ ଇଞ୍ଜିନ ସରକାର ହେବା ଲୋକେ ଚାଂହୁଥିବା ବେଳେ ନିଜ ବିଜୟକୁ ନେଇ ସେ ଖୁବ୍ ଆଶାବିଦି ଥିବା କହିଛନ୍ତି । ଆନନ୍ଦପୁରରେ ସାଳନ୍ଦୀ ଓ ବୈତରଣୀ ଭଳି ଦୁଇ ଦୁଇଟି ନଦୀ ଥିବା ବେଳେ ଲୋକମାନେ ପାଣି ଟୋପେ ଠିକ ଭାବରେ ପାଇପାରୁ ନାହାନ୍ତି। କେନ୍ଦୁଝର ଜିଲ୍ଲା ଖଣିଜ ସମ୍ପଦ ର ଗନ୍ତାଘର ହୋଇଥିଲେ ବି ଏଠାକାର ଯୁବକ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଯାହାକି ଏଥର ନିର୍ବାଚନ ମୁଦ୍ଦା ହେବବୋଲି ଶ୍ରୀ ସେଠୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ