ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ):କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଶିକ୍ଷାଧିକାରୀ ଅଧିନସ୍ଥ ଧାଇପୋଖରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ଦ୍ବୀବେଦୀ ଙ୍କୁ ବିଦ୍ୟାଳୟ ପରିସରରେ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇଅଛି।ଶାଳଣିଆଁ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ କୋଦଣ୍ଡଧର ମହାନ୍ତୀଙ୍କ ସଭାପତିତ୍ବରେ ମୁଖ୍ୟଅତିଥୀ ପୂର୍ବତନ ବ୍ଲକ ସହଶିକ୍ଷାଧିକାରୀ ସୁରେଶ କୁମାର ଯେନା,ମୁଖ୍ୟବକ୍ତା ଭାବେ ଅଭୟକୁମାର ଜେନା,ସମ୍ମାନୀତ ଅତିଥୀ ଭାବେ ଅଜୟ କୁମାର ରାଉଳ,ନିରାକାର ନାୟକ ପ୍ରମୁଖ ଯୋଗଦେଇ ରଘୁନାଥ ଦିବେଦ୍ଵୀ ଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଅକ୍ଷୟ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାଥମିକ ଶିକ୍ଷକ ସଘଂ ସମ୍ପାଦକ ବିବେକ ବେହେରା,ଶିକ୍ଷକ ରାକେଶ କୁମାର ସା,ଅନୁସୟା ପଣ୍ଡା,ନମିତା ଦାସ,ପ୍ରତିଭା ସେଠୀ,ଉପସ୍ଥିତ ହୋଇ ପ୍ରଧାନ ଶିକ୍ଷକ ଶ୍ରୀ ଦିବେଦ୍ବୀ ଙ୍କ ନୀତି ଆଦର୍ଶ ,ସମାନୁବର୍ତ୍ତୀ,ବିଦ୍ୟାଳୟ ପ୍ରତି ତ୍ୟାଗପୂତ ଜୀବନ ଓ ଶିକ୍ଷକତାର ଆତ୍ମତ୍ୟାଗର ପୂର୍ଣ୍ଣସାଧନା ସହିତ ଶିକ୍ଷାଦାନ ପ୍ରତି କୋଠର ତ୍ୟାଗ ବିଷୟରେ ଅଭିଭାଷଣ ମାଧ୍ୟମରେ ପରିପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟାଳୟ o ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ଉତ୍ତରୀୟ ସହ ଉପଢୈକନ ଦେଇ ସମ୍ବର୍ଦ୍ଧନା କରିଥିଲେ।ଏଥିରେ ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ସ୍କୁଲ ପରିଚାଳନା କମିଟାର ସଭ୍ୟ ଓ ସଭ୍ୟା ଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ