ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଭଞ୍ଜନଗର, (ସନ୍ତୋଷ ଜେନା):ଭଞ୍ଜନଗରର ବନବିହାର ଠାରେ ବଡକୋଦଣ୍ଡl ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଓଷ୍ଟl ବ୍ଲକ ସଭାପତି ତଥା ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର କୃତିବାସ ବିଶ୍ୱାଳ ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ସଂମ୍ନାନୀତ ଅତିଥିଭାବେ ଡ଼. ପୂର୍ଣଚନ୍ଦ୍ର ତ୍ରିପାଠୀ, ଭିକାରି ଚରଣ ଗୌଡ଼, ହିମାଂଶୁ କୁମାର ପଟ୍ଟନାୟକ ,ରୋଟାରୀ କ୍ଳବ ସଭାପତି ସନତ କୁମାର ସୁବୁଦ୍ଧି,ରାଜ୍ୟ ଓଷ୍ଟl ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ଯୁଧିଷ୍ଠିର ପ୍ରଧାନ, ଗଞ୍ଜାମଜିଲ୍ଲା ଓଷ୍ଟl ସମ୍ପାଦକ ବିଜୟ କୁମାର ବେହେରା, ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଉପଦେଷ୍ଟା ରାଜ କୁମାର ସାହୁ, ଅମର ବିଳାସ ବେହେରା, ଆଇନଜୀବୀ ଦିବାକର ନାୟକ ଓ ବିଦାୟୀ ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଳା ଓଷ୍ଟl ସମ୍ପାଦକ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ସନ୍ତୋଷଜେନାଙ୍କ ବ୍ଲକରେ ରହିଥିବା ଦାୟିତ୍ୱ, କର୍ତ୍ତବ୍ୟ, ବନ୍ଧୁ ବତ୍ସଳତା ସହ ଗୁଣଗାନ କରିଥିଲେ l ଏହିଅବସରରେ ଭଞ୍ଜନଗର ରୋଟାରୀ କ୍ଳବ, ସାମ୍ବାଦିକ ସଂଘ, ଘୁମୁସର ସମ୍ବାଦ, ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ଲୋହାରଖଣ୍ଡି ସାହିତ୍ୟ ସଂସଦ, ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ, ଜବାହର ହାଇସ୍କୁଲ, ବଡକୋଦଣ୍ଡl, ପୁରାତନ ସହକର୍ମୀ, ଚକରା ବିଷୋୟୀ କlଲଚୁରାଲ ଏକାଡେମୀ, ବାହାଡାପଦରଘୁମୁସର ଲେଖିକା ସଂସଦ, ଭଞ୍ଜନଗର ,ପୂର୍ବତନ ପ୍ରଧାନଶିକ୍ଷକ ଲିଙ୍ଗରାଜ ଜେନା, ପ୍ରାକ୍ତନ ସଭାପତି ଦେବୀ ପ୍ରସାଦ ପାତ୍ର, ଭଞ୍ଜନଗର ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ତରଫରୁ ଶ୍ରୀଜେନାଙ୍କୁ ମାନପତ୍ର, ଉପଢୌକନ, ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହିଅବସରରେ ଶ୍ରୀଯୁକ୍ତ ଜେନା ସମସ୍ତଙ୍କ ସ୍ନେହ, ଶ୍ରଦ୍ଧା, ଆଶ୍ରିବାଦ ପୂର୍ବଭଳି ରହିଥାଉ ବୋଲି କହିଥିଲେ l ଏହିଭଳି ଗତକାଲି ବିଦ୍ୟାଳୟ ତରଫରୁ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ସନ୍ତୋଷ ଜେନା ଓ ବରିଷ୍ଠ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ଶିକ୍ଷକ ନେତା ଜଗବନ୍ଧୁ ଜେନାଙ୍କ ଅଧକ୍ଷତାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ସମସ୍ତ କାର୍ଯ୍ୟକ୍ରମରେ ଅଂଚଳର ବହୁ ଶିକ୍ଷାବିତ, ବୁଦ୍ଧିଜୀବୀ, ପୁରାତନ ଛାତ୍ର, ଛାତ୍ରୀ, ଶିକ୍ଷା କର୍ମଚାରୀ, ଅଭିଭାବକ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ଅତି ସୁଦର ଭାବେ ଶିକ୍ଷୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା ସହ ପରିଚାଳନା କରିଥିଲେ l ଏହାପରେ ଜବାହର ଉଚ୍ଚ ବିଦ୍ୟାଳୟର ବାର୍ଷିକ ମୁଖପତ୍ର”ପ୍ରଦୀପ “କୁ ଅତିଥିମାନେ ଉନ୍ମୋଚନ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଅନିମା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ