ପ୍ରେମ ମିଳୁନି

ଦିପ୍ତିମୟୀ ନାୟକ
ପ୍ରେମକୁ ଖୋଜିଲେ ମିଳେନା ଆଉ ପ୍ରେମ ଯେବେ ମିଳେ ଏ ପୃଥିବୀ ରଙ୍ଗୀନ ରଙ୍ଗୀନ ଲାଗେ | ବିନା ନିଦରେ ବି ପ୍ରେମକୁ ନେଇ ଏ ଆଖିରେ ଅନେକ ସ୍ବପ୍ନ ସଜେଇ ହୋଇଯାଏ | ଆଉ ସେ ସ୍ୱପ୍ନ ଏମିତି ସଜେଇ ହୋଇଥାଏ ଯେ ସେ ସ୍ୱପ୍ନର କଳ୍ପନା କରି ହୁଏନା ଏ ପ୍ରେମ କାହିଁକି ହେଲା ଆଉ କେମିତି କିନ୍ତୁ ହଁ ପ୍ରେମ ଜୀବନରେ ଅନେକ ପରିବର୍ତ୍ତନ ଆଣିଦିଏ ଗୋଟେ ଅସଜଡ଼ା ମଣିଷକୁ ସଜେଇ ଦେଇ ଚାଲିଯାଏ କିନ୍ତୁ ହଁ ଯେବେ ଏ ପ୍ରେମ ହୃଦୟରୁ ହୋଇଥାଏ ସେବେ ଏ ପ୍ରେମ ଆଉ ଜଣକ ହୃଦୟକୁ କେବେ ଆଘାତ ଦେଇନଥାଏ କାରଣ ଏ ପ୍ରେମ ପ୍ରେମ ହିଁ ହୋଇଥାଏ | ଠିକ ସେମିତି ଥରେ ମୁଁ ମୋ ବନ୍ଧୁ ସହ କଥା ହେଉଥିଲି ଆଉ ସେଦିନ କାହିଁକି କେଜାଣି ପ୍ରେମକୁ ନେଇ ଆମ ଦୁଇଜଣଙ୍କ ମଧ୍ୟରେ ଏତେ ବିତର୍କ ବଢିଯାଇଥିଲା | ସେ କହୁଥିଲା ପ୍ରେମ ମିଳୁନି କି ଆମକୁ କେହି ଭଲ ପାଉନି ଆଉ ଯିଏ ଭଲ ପାଉଛି ସେ ଅଢେଇ ଦିନ ପାଇଁ ଆମକୁ ପ୍ରେମ କରି ଆମକୁ ଛାଡି ଚାଲିଯାଉଛି | ତେବେ ମୁଁ ବି ତାକୁ କହିଦେଲି ପ୍ରେମ କେମିତି ମିଳିବ ସେ ହୃଦୟ ଭିତରେ ଟିକେ ଫାଙ୍କା ଥିଲେ ତ ତମକୁ ପ୍ରେମ ମିଳିବ କିନ୍ତୁ ସେହି ହୃଦୟ ଭିତରେ ଯଦି ଅନେକ ଥିବେ ତମେ କେମିତି ଗୋଟେ ସିଲେକ୍ଟ ହୋଇ ରହିବ | ଆଉ ତମେ ବି ସେମିତି ଯାହାର ପ୍ରେମିକ ନାହିଁ କିମ୍ବା ପ୍ରେମିକା ନାହିଁ ତାକୁ କେବେ ପ୍ରେମ କରିବାକୁ ଚେଷ୍ଟା କରୁନ କିନ୍ତୁ ଯାହାର ପ୍ରେମିକ ପ୍ରେମିକା ମାନେ ଥିବେ ଆଉ ସେମାନଙ୍କରେ ବ୍ରେକଅପ ହେଇଥିବ ତମେ ତାଙ୍କୁ ପ୍ରେମ କରିବ କୁହ ତମକୁ କେମିତି ପ୍ରେମ ମିଳିବ | ପ୍ରେମରେ ବ୍ରେକଅପ ହୁଏ ପୁଣି ସେହି ପ୍ରେମକୁ କିଛିଜଣ ପାଇଯାଆନ୍ତି ଆଉ କିଛି ଜଣ ଅନ୍ୟମାନଙ୍କ ଜୀବନ ସହ ଖେଳନ୍ତି କିନ୍ତୁ ଏମିତି ଖେଳ ସେହିମାନେ ଖେଳନ୍ତି ଯେଉଁମାନଙ୍କ ଜୀବନରେ ଅସଂଖ୍ୟ ପ୍ରେମିକ ପ୍ରେମିକା ଥାଆନ୍ତି | ଥରେ ତ ଗୋଟେ ସରଳ ନିଷ୍କପଟ ହୃଦୟକୁ ଭଲପାଇକି ଦେଖ କେମିତି ପ୍ରେମ ମିଳିବନି ମୁଁ ବି ଦେଖିବି | ଆଉ ଏମିତିରେ ଆଜିକାଲିକା କିଛି ପିଲା ହୃଦୟ ଦେଖି ନୁହେଁ ଅର୍ଥ ଦେଖି ହୃଦୟ ଦିଅନ୍ତି ଆଉ ଅର୍ଥ ସରିଲେ ସବୁ ଅନର୍ଥ କରି ଚାଲିଯାନ୍ତି | ଯେପର୍ଯ୍ୟନ୍ତ ତମ ପାଖରେ ଟଙ୍କା ଥିବ ତୁମେ ମୋର ଟଙ୍କା ସରିଲେ ତୁ କିଏ ବେ ମୋର କହିଦିଅନ୍ତି | କିନ୍ତୁ ଗୋଟେ ପ୍ରକୃତ ପ୍ରେମ କିଛି ଚାହେଁନି ବାସ ଟିକେ ଭଲପାଇବା ଚାହେଁ କିନ୍ତୁ ଏ ଭଲପାଇବାକୁ ଆଜିର ଯୁବପିଢ଼ି ଗ୍ରହଣ କରିପାରେନି | ଏମାନଙ୍କୁ ଯିଏ ଲୁଟି ପାରୁଥିବ ଏମାନଙ୍କୁ ସେ ପ୍ରେମ ସୁନ୍ଦର ଆଉ ଯିଏ ଲୁଟି ନ ପାରିଲା ତା ପ୍ରେମ ଭାରି ଅସୁନ୍ଦର | ସେଇଠୁ ମୋ ବନ୍ଧୁ ଟିକେ ସ୍ତବ୍ଧ ହୋଇ କହିଲା ତୁ ଠିକ କହିଲୁ ଆମେ ତାକୁ ପ୍ରେମ କରିବା ଦରକାର ଯାହା ଜୀବନରେ କେହି ନଥିବେ ବାସ ଜଣେ ଥିବ ଯାହାକୁ ସେ ହୃଦୟ ଦେଇ ଭଲପାଉଥିବ କିନ୍ତୁ ଆମେମାନେ ହିଁ ଭୁଲ କରୁଛୁ ଯାହାର ବ୍ରେକଅପ ହେଉଛି ତା ପଛରେ ଆମେ ଗୋଡେଇ ଗୋଡେଇ ପ୍ରେମ କରି ଶେଷରେ ଆମର ବ୍ରେକଅପ ହେଉଛି ଏଥର ମୁଁ ସେମିତି ହୃଦୟକୁ ଭଲପାଇବି ଯେମିତି ହୃଦୟ ମୋ ହୃଦୟକୁ ଭଲପାଉଥିବ |ତେବେ ଆଜିର ଯୁବପିଢ଼ିଙ୍କୁ କେବଳ ଏତିକି କହିବି ପ୍ରେମ କର ମନା ନାହିଁ କିନ୍ତୁ ମିଛ ପ୍ରେମ କାହାକୁ କର ନାହିଁ | ଯଦି ତମେ ଭାବୁଛ ତମକୁ ପ୍ରେମ ମିଳୁନାହିଁ ତେବେ ବାସ୍ତବ ପ୍ରେମକୁ ଛାଡି ଅବାସ୍ତବ ପ୍ରେମ ପଛରେ ତମେ ଗୋଡ଼ଅ କଣ ପାଇଁ ଯଦି ପ୍ରେମ ସଚ୍ଚା ତାହାଲେ ସଚ୍ଚା ପ୍ରେମ ବଦଳରେ କାହିଁକି ଏ ଯୁବପିଢ଼ି ଖାଆନ୍ତି ଧୋକା | ଯଦି କାରଣ ଜାଣି ନଜାଣିଲା ଭଳି ହେବ ତାହେଲେ ତୁମେ ମିଛ ପ୍ରେମର ମାୟା ଜାଲରେ ପ୍ରେମକୁ ଅଭିଶପ୍ତ ମନେ କରୁଥିବ | ପ୍ରେମ ଅଭିଶପ୍ତ ନୁହେଁ ଆଉ ଯିଏ ପ୍ରେମକୁ ଅଭିଶପ୍ତ କରେ ସେ ପ୍ରକୃତ ପ୍ରେମୀ କେବେ ହୋଇ ନପାରେ | ପ୍ରେମ ଚିହ୍ନେ ହୃଦୟକୁ ପ୍ରେମ ଚିହ୍ନେ ସାଥୀର ନୀରବତାକୁ ପ୍ରେମ ଚିହ୍ନେ ପ୍ରେମର ଗୋପନୀୟତାକୁ ପ୍ରେମ ଚିହ୍ନେ ସାଥୀର ଦରଦ ଭାବନାକୁ | କାହାକୁ ଦେଖି ପ୍ରେମ ପାଇଁ ପାଗଳ ହୁଅନା ପ୍ରେମ ଯେତେବେଳେ ହେବ ଦୁଇଟି ହୃଦୟକୁ ଏକାଠି କରିଦେବ | ଦୁଃଖର ସାଥି ହୋଇ ତୁମର ଦୁଃଖ ଦୂର କରିବ ସୁଖର ସାଥି ହୋଇ ତୁମ ସାଥିରେ ସେ ସବୁବେଳେ ଥିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ