ବିଜେଡିର ବ୍ଲକସ୍ତରୀୟ କର୍ମକର୍ତା ସମ୍ମିଳନୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ବଜାରସ୍ଥିତ କାଦମ୍ବିନୀ ମଣ୍ଡପ ଠାରେ ନାଉଗାଁ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ନିମନ୍ତେ ଏକ ବ୍ଲକସ୍ତରୀୟ କର୍ମକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ବରିଷ୍ଟ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଚିରଂଜୀବି ବିଶ୍ୱାଳ, ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ଡା. ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ପ୍ରସ୍ତୁତ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ବରିଷ୍ଠ ବିଜେଡି ନେତା ନିରଂଜନ ବେହୁରା, ବ୍ଲକ ସଭାପତି ନଟବର ପ୍ରଧାନ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ଜେନା, ପଂଚାୟତ ସମିତି ଉପାଧ୍ୟକ୍ଷ ସୁଜିତ ପୁହାଣ, ଯୁବ ସଭାପତି ପ୍ରତ୍ୟୁଷ ପରିଡା ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାବର ସମିତି ସଭ୍ୟ ସୁବଳ ବେହେରା, ଜିଲ୍ଲା ସଂପାଦକ ଅରଣ୍ୟ ନାୟକ, ମନ୍ମଥ ଓଝା, କୋରୁଅ ପଂଚାୟତ ଯୁବ ସଭାପତି ସୁଶାନ୍ତ ପରିଡା, ଯୁବନେତା ସୁନିଲ ମାଟିଆଙ୍କ ସମେତ ବହୁ ବିଜେଡି କର୍ମକର୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ