ଧର୍ମପରାୟଣ ବ୍ୟକ୍ତିଙ୍କ ବିୟୋଗରେ ଶୋକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଂଚାୟତର ମଧୁପୁର ଗ୍ରାମର ଅକ୍ଷୟ କୁମାର ଦାସଙ୍କର ୭୨ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ପ୍ରଭୁ ହନୁମାନଙ୍କର ପରମ ଶିଷ୍ୟ ଥିଲେ । ହନୁମାନ ଚାଳିଶା, ରାମ ଚରିତ ମାନସର ପାଠକ ଭାବେ ସାରା ଅଂଚଳରେ ପରିଚିତ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁରେ ଓଡିଶା ସାଧୁସନ୍ଥ ସମାଜର ସଭାପତି ଚିନ୍ତାମଣି ପର୍ବତ ଗୋସ୍ୱାମୀ, ତିହୁଡା ଗୁରୁକୃପା କୁଟୀରର ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ, ଆଇନଜୀବି ପ୍ରମୋଦ ସ୍ୱାମୀ ପ୍ରମୁଖ ଶୋଜ ବ୍ୟକ୍ତ କରିଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ ପୁଅ ଅରବିନ୍ଦ ଦାସ ମୁଖାଗ୍ନି ଦେଇଥିବା ବେଳେ ସାନ ପୁଅ ଅଶ୍ୱିନୀ କୁମାର ଦାସ ଓ ପୁତ୍ରବଧୂମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ