ବିଜେପିର ପଞ୍ଚାୟତ ସ୍ତରୀୟ କର୍ମୀ ସମାବେଶ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିମାପଡାସ୍ଥିତ ଶାନ୍ତିବନ ପଡିଆ ଠାରେ ବିଜେପିର ପଞ୍ଚାୟତ ସ୍ତରୀୟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋକସଭା ପ୍ରଭାରୀ ଡ଼.ଭୋଳା ସିଂ ଯୋଗଦେଇ ବିଜେଡି ସରକାରର ପତନ ସମୟ ଆସିଛି ଏବଂ ବିଜେପି ସରକାର ଗଠନ ହେବାକୁ ଯାଉଛି ବୋଲି କହିଥିଲେ । ଭଣ୍ଡାରିପୋଖରୀ ବିଧାନସଭା ପ୍ରାର୍ଥୀ ଡ଼.ସୁଧାଂଶୁ ନାୟକ ଯୋଗ ଦେଇ ଭଣ୍ଡାରିପୋଖରୀର ବିକାଶ ପାଇଁ ସଂକଳ୍ପ ବଦ୍ଧ ବୋଲି କହିଥିଲେ । ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଯୋଗ ଦେଇ କୌଣସି ଲୋଭ କିମ୍ବା ମିଥ୍ୟା ପ୍ରତିଶୃତିରେ ପ୍ରଭାବିତ ନ ହୋଇ ଏହି ମାଟିର ପୁଅ ମୋତେ ଏବଂ ବିଧାୟକ ପ୍ରାର୍ଥୀ ଶ୍ରୀ ନାୟକଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ପ୍ରଭାରୀ ଅଶୋକ ପରିଜା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ, ନିର୍ବାଚନ ମଣ୍ଡଳୀ ସଂଯୋଜକ ଜଗବନ୍ଧୁ ଦାସ, ବିଧାନ ସଭା ବୁଥ୍ ପାଳକ କମଳାକାନ୍ତ ସାହୁ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ବରଡେଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ, ବଳଦେବ ଜୀଉ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁ, ପୂର୍ବତ୍ତନ ସରପଞ୍ଚ ଆନନ୍ଦ ଚନ୍ଦ୍ର ଓଝା, ଗୋପାଳ ପଣ୍ଡା, କୃପାସିନ୍ଧୁ ସେଠୀ, ନାରୀନେତ୍ରୀ ପଙ୍କଞ୍ଜୀନି ଲେଙ୍କା, ରୀତାରାଣୀ ବେହେରା, ମାନସୀ ଧଳ, ପୂର୍ବତ୍ତନ ବ୍ଲକ ଉପାଧ୍ୟକ୍ଷା ତିଳୋତ୍ତମା ଜେନା, ବରିଷ୍ଠ କର୍ମକର୍ତ୍ତା ନିର୍ମଳ କର ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ହଜାର ସଂଖ୍ୟାରେ ଦଳୀୟ ସମର୍ଥକ ଏକ ଖୋଲା ଜିପରେ ପ୍ରାର୍ଥୀ ଦ୍ୱୟଙ୍କୁ ବନ୍ତ ବିଜେପି କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । କାର୍ଯ୍ୟକ୍ରମରେ ୧୦ଗୋଟି ପଞ୍ଚାୟତରୁ ୪ହଜାରରୁ ଉର୍ଦ୍ଧ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ