କଂଗ୍ରେସ କର୍ମୀଙ୍କୁ ଭେଟୁଛନ୍ତି ବିଧାୟିକା ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମଙ୍ଗ ଧରିଥିବା ଚିରଂଜୀବ ବିଶ୍ୱାଳ ଏକ ପ୍ରକାର ନିଷ୍କ୍ରିୟ ରହିଥିଲେ । ଏପରିକି ଦୀର୍ଘ ୫ ବର୍ଷ ହେବ ସେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉ ନଥିଲେ । ଯାହାଫଳରେ ନାଉଗାଁ ବ୍ଳକ କଂଗ୍ରେସ କର୍ମୀମାନେ ନିରୁତ୍ସାହିତ ହୋଇ ପଡିଥିଲେ । ଗତ କିଛି ଦିନ ତଳେ ଶ୍ରୀ ବିଶ୍ୱାଳ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ସହ ବ୍ଳକ କଂଗ୍ରେସ ସଭାପତିଙ୍କ ସମେତ କିଛି ଛାମୁଆ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହା ଯୋଗୁ କଂଗ୍ରେସ କର୍ମୀମାନେ ହତାଶ ହୋଇପଡିଥିଲେ । ବ୍ଳକ କଂଗ୍ରେସ ସଭାପତି ଭାବେ ବିଚିତ୍ରାନନ୍ଦ ଲେଙ୍କା ଦାୟିତ୍ୱ ଗ୍ରହଣ କରିବା ପରେ ପୁନର୍ବାର ସଙ୍ଗଠନକୁ ସଜାଡିବାକୁ ପ୍ରୟାସ ଜାରି ରଖିଥିଲେ । ଇତିମଧ୍ୟରେ ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ ନାଉଗାଁ ବ୍ଳକ ଆସି କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ଯାହାଫଳରେ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖାଯାଇଛି । ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ମଲ୍ଲିକଙ୍କ ସହିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଟବର ବାରିକ, ବିଜୟ ବେହେରା, ଅଶୋକ ସ୍ୱାଇଁ, ପ୍ରହଲ୍ଲାଦ ବିଶ୍ୱାଳ, ଉଲ୍ଲାସ ସ୍ୱାଇଁ,ଆର୍ତତ୍ରାଣ ଦାସ, ଛାତ୍ର ନେତା ପ୍ରିତମ ପରିଜା, ବିବେକାନନ୍ଦ ବାରିକଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ କର୍ମୀଙ୍କୁ ଭେଟି ଆଲୋଚନା କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ