ଭକ୍ତ ମାନଙ୍କ ସମାଗମରେ ଗୁରୁଭକ୍ତ ସମ୍ମିଳନୀ ଆରମ୍ଭ

ନିମାପଡ଼ା,(ସନ୍ତୋଷ ଦାଶ) ଆଜି ଥିଲା ପବିତ୍ର ଅକ୍ଷୟ ତୃତୀୟା ତିଥି। ପ୍ରାଚୀ ଉପତ୍ୟକା ର ନୟାହାଟ ନିକଟସ୍ଥ ନୂଆମଠ ଠାରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ୫୮ ତମ ଗୁରୁ ଭକ୍ତ ସମ୍ମିଳନୀ। ଏହି କାର୍ଯ୍ଯକ୍ରମରେ ହଜାର ହଜାର ଭକ୍ତ ମାନଙ୍କ ସମାଗମ ହୋଇଛି। ଭକ୍ତ ମାନେ ଶ୍ରୀ ଗୁରୁଦେବଙ୍କ ବିଗ୍ରହକୁ ଦର୍ଶନ କରିଥିଲେ। ମଠ ମଧ୍ୟରେ ଥିବା ମନ୍ଦିର ମାନଙ୍କରେ ନୂଆ ନେତ ବନ୍ଧା ଯାଇ ନେତୋତ୍ସବ ଅନୁଷ୍ଠିତ ହୋଇଥିଲା। ମଠର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ଅଧ୍ୟକ୍ଷତାରେ ମଠ ପରିସରରେ ଏକ ଧର୍ମ ସଭାର ଆୟୋଜନ କରାଯାଇଥିଲା। ଏହି ଧର୍ମ ସଭାରେ ସ୍ବାମୀ କ୍ରୀଷ୍ଣାନନ୍ଦ ଗିରି, ସ୍ବାମୀ ବିଶ୍ଵ ଆତ୍ମାନନ୍ଦ ଗିରି, ବାବାଜୀ ସତ୍ୟାନନ୍ଦ ଦାସ, ବାବାଜୀ ଜଗବନ୍ଧୁ ଦାସ, ବାବାଜୀ ପରମାନନ୍ଦ ଦାସ, ବାବାଜୀ ଅରକ୍ଷିତ ଦାସ, ବାବାଜୀ ଦିବାକର ଦାସ ପ୍ରମୁଖ ଯୋଗଦାନ କରି ପ୍ରେମାଚାଯ୍ୟ ମଧୁସୂଦନ କିପରି ଭାବେ ଶିଶୁ ଅନନ୍ତ ମହାପୁରୁଷ ଙ୍କୁ ଏକ ବିପଦ ରୁ ଉଦ୍ଧାର କରିଥିଲେ ଓ ବାବାଙ୍କ ଅଲୌକିକ ଶକ୍ତି ସମ୍ପର୍କରେ ଭକ୍ତ ମାନଙ୍କ ନିକଟରେ ପ୍ରକାଶ କରିଥିଲେ। ବାବା ଙ୍କ ଶ୍ରୀ ବିଗ୍ରହକୁ ୫୮ ଜଣ ମା ଭକ୍ତା ବନ୍ଦାପନା କରିବା ପରେ ଏକ ବିରାଟ ଶୋଭାଯାତ୍ରା ରେ ପୂଜା ମଣ୍ଡପ କୁ ଅଣା ଯାଇଥିଲା। ଓଁ କୃଷ୍ଣ ମଧୁସୂଦନ, ବାସୁଦେବ ଜନାର୍ଦ୍ଦନ ଶବ୍ଦ ରେ ମଠ ପରିସର ପ୍ରକମ୍ପିତ ହୋଇ ଉଠିଥିଲା। ସଂଧ୍ୟା ରେ ଉତ୍କଳ ଭାରତୀ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ସେବକ ପ୍ରୀତି ରଞ୍ଜନ ଦାସ, ଡ଼ଃ. ରତ୍ନାକର ମହାନ୍ତି ସେବିକା ସବିତା ଦାସ, ଶକୁନ୍ତଳା ଦାଶ, ନୀଳମଣି ସାହୁ ଓ କୃଷ୍ଣ ଚନ୍ଦ୍ର ଓଝା ପ୍ରମୁଖ ପରିଚାଳନା କରିଥିଲେ। ଶନିବାର ଦିନ ଏହି ଗୁରୁ ଭକ୍ତ ସମ୍ମିଳନୀ ଉଦଯାପନ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ