ଗୋତୀର୍ଥ ଠାରେ ନିଃସନ୍ତାନ ମହିଳାଙ୍କ ବୁଡ଼ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ କଲେ ଶ୍ରଦ୍ଧାଳୁ

ନିମାପଡା,(ସନ୍ତୋଷ ଦାଶ) ଶୁକ୍ରବାର ପବିତ୍ର ଅକ୍ଷୟତୃତୀୟା।ପୁଣ୍ୟତୋୟା ପ୍ରାଚୀ ନଦୀ ର ତ୍ରିବେଣୀ ସଙ୍ଗମ ନିମାପଡା ବ୍ଲକ ଆଗରଶାସନ ଗ୍ରାମ ଶେଷମୁଣ୍ଡ ରେ ଅବସ୍ଥିତ ଗୋ ତୀର୍ଥ ଠାରେ ପାରମ୍ପରିକ ପ୍ରଥାନୁସାରେ ନିଃସନ୍ତାନ ମହିଳା ମାନେ ସନ୍ତାନ ପ୍ରାପ୍ତି ଆଶାରେ ପ୍ରାତଃ ରେ ବୁଡ଼ ପକାଇ, ନବବସ୍ତ୍ର ପିନ୍ଧି ସେଠାରେ ସ୍ଵସ୍ୱ ବିମାନରେ ବସିଥିବା ପ୍ରଭୁ ଅମରେଶ୍ଵର ଓ ବନ୍ଦେଶ୍ୱର ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ସେହିପରି ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଦେଇ, ମୁଣ୍ଡ ଲଣ୍ଡନ କରି, ହୋମ କରି ପିତୃ ପୁରୁଷ ଙ୍କ ଅସ୍ଥି ବିସର୍ଜନ କରିଥିଲେ। ଏଥିପାଇଁ ପ୍ରାଚୀକୂଳ ର ଗୋ ତୀର୍ଥ ଓ ଅମରେଶ୍ଵର ଶମ୍ଭୁ ମନ୍ଦିର ଠାରେ ମେଳା ବସିବା ସହିତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।ଅକ୍ଷୟ ତୃତୀୟା ତିଥି ରେ ଗୋ ତୀର୍ଥ ଠାରେ ପିତୃ ପୁରୁଷ ଙ୍କ ଅସ୍ଥି ବିସର୍ଜନ କଲେ ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପ୍ରାଚୀ ମହାତ୍ମ୍ୟ ରେ ବର୍ଣ୍ଣନା ହୋଇଥିବାବେଳେ ନିଃସନ୍ତାନ ମହିଳା ଙ୍କ ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏହିଦିନ ଗଙ୍ଗା ମାତା ଗୋ ତୀର୍ଥ କୁ ଆସି ବୁଡ଼ ପକାଇଥାନ୍ତି ବୋଲି ଲୋକ ବିଶ୍ବାସ ରହିଛି। ଅକ୍ଷୟତୃତୀୟା ପାଇଁ ଅମରେଶ୍ୱର ଅଞ୍ଚଳ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ