ରାମଗିରି ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରାମଗିରିରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଚଳିତ ମାସ ୧୩ ତାରିଖ ଦିନ ମୋହନା ବିଧାନସଭା ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ସକାଶେ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ, ନିର୍ବାଚନକୁ ହିଂସା ମୁକ୍ତ କରିବା ତଥା ଜନସାଧାରଣଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରିବା ପାଇଁ ପୁଲିସ ପକ୍ଷରୁ ମାଇକ ଯୋଗେ ସୂଚିତ କରାଯାଇଥିଲା । ରାମଗିରି ଥାନାଧିକାରୀ ଡି.ଗଜପତି ଦୋରାଙ୍କ ନେତୃତ୍ବରେ ୨ ପ୍ଲାଟୁନ ସୁରକ୍ଷା ବାହିନୀ ଓ ଥାନା ଷ୍ଟାଫ୍ ଫ୍ଲାଗ୍‌ମାର୍ଚ୍ଚରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ