ଅକ୍ଷୟ ତୃତୀୟା ଅବସରରେ କୋଣାର୍କ ଜଗନ୍ନାଥ ମନ୍ଦିରରେ ରଥ ଅନୁକୂଳ କାର୍ଯ୍ୟ ଆରମ୍ଭ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୋଣାର୍କ ଜଗନ୍ନାଥ ମନ୍ଦିରରେ ରଥ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇ ଅଛି। ଆସନ୍ତା ତା ୦୭/୦୭ ରିଖରେ ହେବାକୁ ଥିବା ପବିତ୍ର ରଥଯାତ୍ରା ନିମନ୍ତେ କୋଣାର୍କ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ରାଜାରାମ ମଠ ପକ୍ଷରୁ ଆୟୋଜିତ ଏହି ରଥ ଅନୁକୂଳ ପାଇଁ ପ୍ରତ୍ୟୁଷରୁ ପୂଜକ ପ୍ରଦୀପ ଦାସ ଓ ଅଜୟ ଦାସ ଶ୍ରୀ ଜୀୟୁ ମାନଙ୍କର ରିତୀ ନିତୀ ଅନୁଯାୟୀ ନିତୀ ସମାପନ ପରେ ତିନି ରଥ ନିମନ୍ତେ ହୋମ ଯଜ୍ଞ ପରେ , ବିଶ୍ୱକର୍ମା ସୋମନାଥ ମହାରଣା ପୂର୍ବ ପ୍ରସ୍ତୁତି ଅନୁଯାୟୀ ପ୍ରଥମେ ଆଜ୍ଞା ମାଳ ନେଇ ଅଣା ଯାଇଥିବା ରଥ କାଠରେ ପିନ୍ଧାଇ ରଥ କାର୍ଯ୍ଯ ଆରମ୍ଭ କରିଥିଲେ । ମଙ୍ଗଳ ବାଦ୍ୟ , ଶଙ୍ଖ ନାଦରେ ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ରଥ ଅନୁକୂଳ କାର୍ଯ୍ୟ କରାଯାଇଅଛି । ଜଗନ୍ନାଥ ବୋର୍ଡ଼ ର ମୁଖ୍ୟ ଟ୍ରଷ୍ଟି ଅମରେଶ୍ୱର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟ୍ରଷ୍ଟ ବୋର୍ଡର ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟ ଆରମ୍ଭ କରାଯାଇଅଛି । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟ ବୋର୍ଡର ପରିଚାଳକ ନିରଞ୍ଜନ ବାରିକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ