ଭାରତର ସର୍ବବୃହତ ଜେନେରେଟିଭ୍ ଏଆଇ “ହନୁମାନ” ୯୮ ଭାଷାରେ ଉପଲବ୍ଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୩ଏଆଇ ହୋଲ୍‌ଡିଂ ଲିମିଟେଡ୍ ଓ ଏସ୍‌ଏମଏଲ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଯେ ଭାରତର ସର୍ବବୃହତ ଜେନେରେଟିଭ୍ ଏଆଇ ହନୁମାନକୁ ୧୨ଟି ଭାରତୀୟ ଭାଷା ସମେତ ୯୮ଟି ଭାଷାରେ ଶୁଭାରମ୍ଭ କରାଯାଇଛି । ଭାରତରେ ଏକ ଜେନେରେଟିଭ୍ ଏଆଇ ବ୍ୟବସ୍ଥା ବିକାଶ କରିବା ଲାଗି ଭାରତର ବିବିଧ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ବ୍ୟବହାର କରାଯାଇଛି ।ଭଗବାନ ହନୁମାନଙ୍କ ନାମ ଅନୁସାରେ ନାମିତ ଏହି ପ୍ଲାଟଫର୍ମ ବୃହତର ସ୍ୱାର୍ଥ ପାଇଁ ଏଆଇର ଶକ୍ତିକୁ ବ୍ୟବହାର କରିବ ।ହନୁମାନ ଯେଭଳି ରାମଙ୍କ ସେବା କରୁଥିଲେ, ହନୁମାନ ପ୍ଲାଟଫର୍ମ ସେଭଳି ମାନବ ଜାତିର ସେବା କରିବ । ୩ଏଆଇ ହୋଲ୍‌ଡିଂ ସହଯୋଗରେ ଏସ୍‌ଏମ୍‌ଏଲ୍ ଇଣ୍ଡିଆ ପକ୍ଷରୁ ହନୁମାନକୁ ମୂତୟନ କରାଯାଇଛି । ଶୁଭାରମ୍ଭର ପାଂଚ ବର୍ଷ ଭିତରେ ୨୦୦ ନିୟୁତ ବ୍ୟବହାରକାରୀମାନଙ୍କ ପାଖରେ ପହଂଚିବାକୁ ଏହି ପ୍ଲାଟଫର୍ମ ଲକ୍ଷ୍ୟ ରଖିଛି ।ଏସ୍‌ଏମ୍‌ଏଲ୍ ଇଣ୍ଡିଆ ପକ୍ଷରୁ ଏଥିପାଇଁ ଏଚ୍‌ପି, ନାସକମ୍ ଓ ୟୋଟା ସହ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତାରେ ୟୋଟା ପକ୍ଷରୁ ଜିପିୟୁ କ୍ଲାଉଡ୍ ପ୍ଲାଟଫର୍ମ ପ୍ରଦାନ କରାଯିବ । ନାସକମ୍ ପକ୍ଷରୁ ଏଆଇ ଷ୍ଟାର୍ଟଅପ୍‌ଗୁଡ଼ିକୁ ସହଯୋଗ ପ୍ରଦାନ କରାଯିବା ସହ ୩୦୦୦ କଲେଜର ଯୋଡ଼ିହେବ ଓ ଗବେଷଣା କାର୍ଯ୍ୟକ୍ରମକୁ ସଶକ୍ତ କରିବ ।ତେଲେଙ୍ଗାନା ସରକାରଙ୍କ ସହ ମଧ୍ୟ କମ୍ପାନି ସହଯୋଗିତା ସ୍ଥାପନ କରିବ ।ହନୁମାନ ଭାରତରେ ହିନ୍ଦୀ, ମରାଠ, ଗୁଜରାଟି, ବଙ୍ଗଳା, କନ୍ନଡ଼, ଓଡ଼ିଆ, ପଂଜାବୀ, ଆସାମି, ତାମିଲ, ତେଲୁଗୁ,ମାଲାୟାଲମ ଓ ସିନ୍ଧି ଭଳି ୧୨ଟି ଭାଷାରେ ଉପଲବ୍ଧ ହେବ । ଉଭୟ ୱେବ୍ ଓ ଆପ୍‌ରେ ଏହି ସୁବିଧା ମିଳିବ ।ବିଶ୍ୱସ୍ତରରେ ଏହା ଇଂରାଜି, ସ୍‌ପାନିସ୍‌, ଇଟାଲିଆନ୍‌, ଜର୍ମାନ, ଜାପାନିଜ୍ ଓ କୋରିଆ ସମେତ ଅନ୍ୟ ୮୦ଟି ବିଶ୍ୱସ୍ତରୀୟ ଭାଷାରେ ଏହା ଉପଲବ୍ଧ ହେବ ।୩ଏଆଇ ହୋଲ୍ଡିଂର ପରିଚାଳନା ନିର୍ଦ୍ଦେଶକ ଅର୍ଜୁନ ପ୍ରସାଦ କହିଛନ୍ତି ଯେ, “ଆମର ଲକ୍ଷ୍ୟ ସ୍ପଷ୍ଟ: ଏଆଇ କେବଳ କିଛି ଲୋକଙ୍କ ପାଇଁ ଏକ ସୁବିଧା ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଉପଲବ୍ଧ ଏକ ଉପକରଣ ।ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଇବାର ଏହି ପ୍ରତିଶ୍ରୁତିକୁ ହନୁମାନ ପ୍ରତିଫଳିତ କରୁଛି ।ହନୁମନ ଭିନ୍ନ ହେବାର କାରଣ ହେଉଛି ଏହା ଭାରତରେ ନିର୍ମିତ, ଭାରତ ପାଇଁ ନିର୍ମିତ ଏବଂ ଭାରତରେ ସଂରକ୍ଷିତ(ଡାଟା) । ଏସଏମଏଲ୍ ଇଣ୍ଡିଆ ସହିତ ଆମର ସହଯୋଗିତା ମାଧ୍ୟମରେ, ଆମେ ଉପଭୋକ୍ତାଙ୍କ ଏକ ବିବିଧ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରୁଛୁ, ଏଆଇକୁ ସେମାନଙ୍କ ଜାତି କିମ୍ବା ଅବସ୍ଥାନ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତ ଏବଂ ଉପଲବ୍ଧ କରୁଛୁ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ଜେନେରେଟିଭ୍ ଏଆଇ ସହିତ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରି ଆମେ ନବସୃଜନ ପାଇଁ ଅଭୂତପୂର୍ବ ସୁଯୋଗ ଖୋଲିପାରିବା ଯାହା ଦ୍ୱାରା ଦେଶର ଅଭିବୃଦ୍ଧିରେ ଯୋଗଦାନ କରିପାରିବା ।”ଏସ୍‌ଏମ୍‌ଏଲ୍ ଇଣ୍ଡିଆର ସହ-ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ବିଷ୍ଣୁ ବର୍ଦ୍ଧନ କହିଛନ୍ତି ଯେ, “ହନୁମାନ ଭାରତରେ ଏଆଇ ଉଦ୍ଭାବନର ଏକ ନୂତନ ଯୁଗର ପ୍ରତିନିଧିତ୍ୱ କରୁଛି । ଏହାର ଶୁଭାରମ୍ଭ ସହିତ ଆମେ କେବଳ ପ୍ରଥମ ବର୍ଷ ମଧ୍ୟରେ ୨୦୦ ନିୟୁତ ଉପଭୋକ୍ତାଙ୍କ ଜୀବନକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛୁ । ୮୦% ଭାରତୀୟ ଇଂରାଜୀ ବ୍ୟବହାର କରିପାରନ୍ତି ନାହିଁ, ତେଣୁ ଭାରତୀୟ ଭାଷାକୁ ସମର୍ଥନ କରିବା ପାଇଁ ହନୁମାନ ଦକ୍ଷତା ଜେନେରେଟିଭ୍‌ ଏଆଇକୁ ଭାରତରେ ସମସ୍ତଙ୍କ ପାଖରେ ପହଂଚାଇବ ଏବଂ ଜେନ ଏଆଇ ଉତ୍ପାଦକୁ ବଜାରକୁ ଆଣିଥିବା କମ୍ପାନି ଏବଂ ଷ୍ଟାର୍ଟଅପ୍ ପାଇଁ ବିପୁଳ ସୁଯୋଗ ଖୋଲିବ ।ଆମେ ହନୁମାନକୁ କେବଳ ଏକ ବୈଷୟିକ ଚମତ୍କାର ଭାବରେ ନୁହେଁ ବରଂ ସାମାଜିକ ପରିବର୍ତନର ଉତପ୍ରେରକ ଭାବରେ ମଧ୍ୟ କଳ୍ପନା କରୁଛୁ । ହନୁମାନକୁ ଆମେ ଭାରତର ଅର୍ଥନୈତିକ ଭବିଷ୍ୟତର ଏକ ମୂଳଦୁଆ ଭାବରେ ଦେଖୁଛୁ ଯାହା ବିଭିନ୍ନ କ୍ଷେତ୍ରରେ ନବସୃଜନ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ