ନାଗାମଠ ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ ଯଥାବିଧି ଅନୁଷ୍ଟିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନ୍ ଏ ସି ୧୨ନଂ ୱାର୍ଡ଼ ନାଗାମଠ ଗ୍ରାମରେ ନିଆରା ଢଙ୍ଗରେ ଭବ୍ୟ ପରିବେଶରେ ଗ୍ରାମବାସୀଙ୍କ ଦ୍ବାରା ହରିନାମ ସଂକୀର୍ତ୍ତନ ଶୁକ୍ରବାର ସଂଧ୍ୟାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। କର୍ତ୍ତା ଭାବେ ରାଜ କିଶୋର ଖଟୁଆ କର୍ତ୍ତି ଅରୁଣା ଖଟୁଆ ଓ ଗ୍ରାମର ୨୧ ଜଣ ବ୍ୟକ୍ତି ବିଶଷଙ୍କୁ ନେଇ ଗ୍ରାମର ପୁଷ୍କିଣୀରେ ସ୍ନାନ ଓ ସଂକଳ୍ପ କରି କଳସ ଶୋଭାଯାତ୍ରାରେ ଆସି ଗାଦିବ୍ରହ୍ମ ଙ୍କ ପୀଠ ରେ କଳସ ସ୍ଥାପନ କରିଥିଲେ । ଗ୍ରାମର ଛୁଆ ଠୁ ବୁଢ଼ା ଓ ସମସ୍ତ ଝିଅ ବୋହୂ ମହିଳା ସାମୁହିକ ହରିନାମ ସଙ୍କୀର୍ତ୍ତନ ଜପ କରି ଆଧ୍ୟାତ୍ମିକ ପରିବେଶ ପାଲଟିଥିଲା ଗାଁ । ନାଗାମଠା ଗ୍ରାମବାସୀଙ୍କ ତରଫରୁ ଗ୍ରାମରେ ଦୀର୍ଘ ୨୦ବର୍ଷ ହେବ ଅଷ୍ଟମ ପ୍ରହର ନାମଯଜ୍ଞ ଆୟୋଜନ ମହା ଆଡ଼ମ୍ବରରେ ପାଳିତ ହେଉଛି। ଯାହା ସାରା ସମାଜକୁ ଆଧ୍ୟାତ୍ମିକ ବାର୍ତ୍ତା ଯୋଗାଇଛି। ହରିନମ ଜପ କରିବା ସହ ହରିବୋଲ ହୁଳହୁଳି ଓ ଆଧ୍ୟାତ୍ମିକ ନୃତ୍ୟରେ କମ୍ପିଥିଲା ଗାଁ ଦାଣ୍ଡ । କଳି ଯୁଗରୁ ବର୍ତ୍ତିବାକୁ ହେଲେ ହରି ନାମ ପାନ କରିବାକୁ ପଡ଼ିବ ବୋଲି ବରିଷ୍ଠ ନାଗରିକ ମାନେ ମତପ୍ରକାଶ କରିଛନ୍ତି। ଏହି ଉତ୍ସବରେ କାନପୁର , ପୁଟୁପଡ଼ା , ନଳକଣ , ସିରିପୁରୁ , ବେଦପୁରୁ , ସୁଆର , ନାଗାମଠ ଅଞ୍ଚଳର ପ୍ରାୟ ୭ଟି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦାନ କରି ମହାମନ୍ତ୍ର ଓ ଶ୍ରିହରୀଙ୍କ ନାମାମୃତ ପାନ କରିଥିଲେ । ଏହି ଅଷ୍ଟମ ପ୍ରହର ନାମଯଜ୍ଞ ମହୋତ୍ସବକୁ ଗ୍ରାମ ର ସଭାପତି ମନମୋହନ ଖଟୁଆ ସମ୍ପାଦକ ସୁବୋଧ ଖଟୁଆ ଓ ସମସ୍ତ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ