ମାତୃ ଦିବସ ଅବସରରେ

ସ୍ନେହ, ଶ୍ରଦ୍ଧା,ସେବା, ତ୍ୟାଗ, ସମର୍ପଣ, ତପସ୍ୟା ର ଉପାଦାନ ରେ ଗଢ଼ା ହୋଇଥିବା ସୁନ୍ଦର ମୂର୍ତ୍ତି ର ନାମ ହେଉଛି ମା.ଇଶ୍ୱର ଙ୍କ ସୃଷ୍ଟି ରେ ସବୁଠୁ ସୁନ୍ଦର ସୃଷ୍ଟି ନାରୀର ସର୍ବଶ୍ରେଷ୍ଠ ରୂପ ହେଉଛି ମା.”ଜନନୀ ଜନ୍ମଭୂମି ଛ ସ୍ବର୍ଗାଦପି ଗରିୟସୀ ପରମ ପବିତ୍ର ଏହି ନାମର ବିସ୍ଲେସଣ କରିବାକୁ ସବୁ କମ ପଡିଥାଏ, ମଧୁରତା ଭରି ରହିଛି ଏହି ନାମ ରେ.ମା ପାଇଁ ଗୋଟେ ସୁନ୍ଦର କଥା ଆମ ଶାସ୍ତ୍ର ରେ କୁହାଯାଇଛି.”ମା ଠାରୁ ଜନ୍ମେ ଜାତି,ମା ଅଟେ ପ୍ରାଣ, ମା କୋଳେ ଯୁଗେ ଯୁଗେ ଜନ୍ମନ୍ତି ଭଗବାନ “.ବେଦରୁ ବିଜ୍ଞାନ ଯାଏଁ ସମସ୍ତେ ମଥାନତ କରିଥାନ୍ତି, ଏହି ଜୀବ ସୃଷ୍ଟି ର ଅଧିକାରିଣୀ ମା ପାଖରେ.ସେଥିପାଇଁ ସେ ସ୍ବର୍ଗଠାରୁ ବଡ଼,ମା ର ସ୍ନେହ, ତ୍ୟାଗ, ନିଷ୍କପଟ ଭଲ ପାଇବା ସମୁଦ୍ର ର ଗଭୀରତା ଠାରୁ ଢେର ଅଧିକ ହୋଇ ଥାଏ.ମାନବଠାରୁ ଦେବତା ପର୍ଯ୍ୟନ୍ତ ସମସ୍ତ ଜୀବ ଜଗତ ର ପ୍ରାଣୀ ତାରି ଅମୃତ ଗର୍ଭ ରୁ ଭୂମିଷ୍ଠ ହୋଇ ଥାନ୍ତି.ମା ର ଭଲ ପାଇ ବାରେ କୌଣସି ସ୍ୱାର୍ଥ ନ ଥାଏ. ବିନା ସ୍ୱାର୍ଥ ରେ ନିଜର ସନ୍ତାନ ମାନଙ୍କୁ ଯେପରି ସ୍ନେହ, ଶିକ୍ଷା, ସଂସ୍କାର ପ୍ରମୁଖ ପ୍ରଦାନ କରିଥାଏ, ବାସ୍ତବିକ ଅବି ସ୍ମରଣୀୟ.ନିଜର ସନ୍ତାନ କୁ ପ୍ରଥମ କ୍ଷୀର ପାନ କରାଇ ସେ ପାଇଥାଏ ସ୍ବର୍ଗୀୟ ଆନନ୍ଦ. ସନ୍ତାନ ର ସୁଖ, ଦୁଃଖ, ଅଳି, ଅର୍ଦଳୀ ସବୁ ସହି ଥାଏ. ଆବଶ୍ୟକ ସମୟରେ ସନ୍ତାନ ପାଇଁ ମା ଦୁର୍ଗା ଓ କାଳୀ ଭାବେ ଆବିର୍ଭାବ ହୋଇ ଥାଏ.ମା କୁ ଇଶ୍ୱର ଙ୍କ ସୃଷ୍ଟି ରେ ଅନନ୍ୟ ବରଦାନ ଭାବେ ବର୍ଣ୍ଣନା କରାଯାଇଛି.ଯୁଗେ ଯୁଗେ ମା ର ଗୁରୁତ୍ୱ, ମହତ୍ତ୍ୱ ରହିଆସିଛି. ସୃଷ୍ଟି କୁ ରକ୍ଷା ଓ ସନ୍ତୁଳନ କରିବା ଦିଗରେ ମା ର ପ୍ରୟାସ ଅବର୍ଣ୍ଣନୀୟ. ବନ୍ଦେ ଉତ୍କଳ ଜନନୀ, ଜୟ ଗଙ୍ଗାମାତା, ଜୟ ଦୁର୍ଗା, ସୀତା, ସାବିତ୍ରୀ, ଅହଲ୍ୟା, ତୁଳସୀ ତଥା ସମସ୍ତ ନଦୀ ମାନଙ୍କୁ ଆମେ ପୂଜା କରିବା ସହିତ ଆଦର୍ଶ ବୋଲି ମନେ କରୁ.ମା ଠାରୁ କେହି ଅଧିକ ଭଲ ନିଜ ସନ୍ତାନ ର ମଙ୍ଗଳ ଚାହିଁ ନ ଥାନ୍ତି. ମା ସର୍ବଦା ପୂଜନୀୟା,ବନ୍ଦନୀୟା, ଚିର ନମସ୍ୟା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ