ପ୍ରାର୍ଥୀ ଆପଣାଉଛନ୍ତି ଡିଜିଟାଲ୍ ପ୍ଲାଟଫର୍ମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ କନ୍ଧମାଳ ଲୋକସଭା ଏବଂ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗ୍ରହଣ ଆସନ୍ତା ମେ ୨୦ ତାରିଖରେ ହେବ। ଏଥି ପାଇଁ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବାତାବରଣ ଉଷ୍ମ ହୋଇଉଠିଛି । ଚଳିତ ନିର୍ବାଚନରେ ସୋସିଆଲ ମିଡିଆ ତଥା ଡିଜିଟାଲ୍ ପ୍ଲାଟଫର୍ମ ଉପରେ ବିଭିନ୍ନ ଦଳ ଓ ପ୍ରାର୍ଥୀମାନେ ଗୁରୁତ୍ଵ ଦେଉଥିବା ଦେଖିବାକୁ ମିଳୁଛି । ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ୱାଟ୍ସଆପ ଆଦି ସୋସିଆଲ ମିଡିଆ ଖୋଲୁ ଖୋଲୁ ଆସୁଛି ନିର୍ବାଚନୀ ହାୱା । ବିରୋଧାଭାସ ଠୁ ଆରମ୍ଭ କରି ପ୍ରଚାର , ଘନ ଘନ ମିଶ୍ରଣ ପର୍ବ ଏବଂ ଭୋଟର କାହାକୁ ଭୋଟ ଦେବେ, କେଉଁ ଦଳର ପ୍ରଭାବ କେମିତି ରହିଛି ତାହା ଦେଖିବାକୁ ମିଳୁଛି । ଏହିଥର ନିର୍ବାଚନରେ ଡିଜିଟାଲ ପ୍ଲାଟଫର୍ମ ନେତାଙ୍କ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ଭଲ ମାଧ୍ୟମ ହୋଇଛି । ଏହା ଉପରେ ନେତାମାନେ ଭରସା କରି ଜନ ସମର୍ଥନ ହାତେଇବା ପାଇଁ ବ୍ୟଗ୍ର ହୋଇପଡିଛନ୍ତି । ଆୟୋଜିତ ଦଳୀୟ କାର୍ଯ୍ୟକ୍ରମ ଗୁଡିକୁ ଡିଜିଟାଲ ପ୍ଲାଟଫର୍ମରେ ଛାଡ଼ିବା ପାଇଁ ବ୍ଯାକୁଳ ହେଉଛନ୍ତି । ଯୁବବର୍ଗ ଡିଜିଟାଲ ପ୍ଲାଟଫର୍ମରେ ଅଭ୍ୟସ୍ତ ହୋଇଥିବା ବେଳେ ସେମାନଙ୍କୁ ସବୁ ଦଳ ଆକୃଷ୍ଟ କରିବାକୁ ପ୍ରୟାସ କରୁଛନ୍ତି । ଏପରକି ବିଭିନ୍ନ ଦଳ ପକ୍ଷରୁ ଫୋନ କଲ ବି ଆସୁଛି । ଲୋକଙ୍କୁ ନାନା ପ୍ରତିଶ୍ରୁତି ଦେଇ ଦଳୀୟ ପ୍ରାର୍ଥୀମାନେ ଭୋଟଭିକ୍ଷା କରୁଛନ୍ତି । ଯେ କୌଣସି କାର୍ଯ୍ୟକ୍ରମ ଦେଖ‌ିଲେ ସେଥିରେ ମାଳ ମାଳ ଦଳୀୟ ବିଜ୍ଞାପନ ଆସୁଛି । ନିର୍ବାଚନ ମୈଦାନରେ କାହାର କେତେ ଦମ୍ ଅଛି ତାହାକୁ ଦର୍ଶାଯାଉଛି । ଯୁବପିଢ଼ିଙ୍କୁ ଆଲୋଚନାର ଖୋରାକ ଯୋଗାଇବା ପାଇଁ ଏହା ଏକ ମାଧ୍ୟମ ପାଲଟିଛି ।ସୋସିଆଲ ମିଡିଆରେ ଲୋକଙ୍କ ନିକଟତର ହେବା ସହଜ ହୋଇଥିବାରୁ ବିଭିନ୍ନ ଦଳର ନେତା ଏହାକୁ ଆପଣାଇ ନେଇ ଫେସବୁକ , ୟୁଟ୍ୟୁବ୍ ଚ୍ଯାନେଲ , ଟ୍ବିଟର୍ ଆକାଉଣ୍ଟ୍ ମାଧ୍ୟମରେ ଲୋକଙ୍କ ସହ ଯୋଡି ହେଉଛନ୍ତି । ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ସହିତ ପ୍ରତିଦ୍ୱନ୍ଦୀଙ୍କୁ ପଦାରେ ପକାଇବା ପାଇଁ ଏହାକୁ ବ୍ୟବହାର କରୁଛନ୍ତ ମୋବାଇଲରେ ନିର୍ବାଚନୀ ଖବର ଲୋକେ ପାଇପାରୁଥିବା ବେଳେ ସମ୍ପ୍ରତି ଡିଜିଟାଲ୍ ପ୍ଲାଟଫର୍ମର ଗୁରୁତ୍ବ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ