ବିଜେଡ଼ିର ସାଂଗଠୈନିକ ବୈଠକ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ) ସାଧାରଣ ନିର୍ବାଚନ ପାଇଁ ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ତୁଳସୀପୁର ପଞ୍ଚାୟତ ବିଜେଡ଼ିପକ୍ଷରୁ ଏକ ସାଙ୍ଗଠୈନିକ ବୈଠକ ନିକଟସ୍ଥ ଭଇଁଚିକୋରଡି ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନିରୁଦ୍ଧ ତ୍ରିପାଠୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଉକ୍ତ ବୈଠକ ରେ ନିରଞ୍ଜନ ସାହୁ, ନିରଞ୍ଜନ ତ୍ରିପାଠୀ, ପ୍ରକାଶ ତ୍ରିପାଠୀ,ସତ୍ୟରଞ୍ଜନ ସାହୁ, ଶ୍ରିମନ୍ତ ସାହୁ, ଶ୍ରିଧର ସାହୁ, ଦୁଶାସନ ଭୋଇ, ରବୀନ୍ଦ୍ର କାଣ୍ଡୀ, ବାବନ ସାହୁ, ମୁନା ଓଝା, ସନ୍ତୋଷ ଦାଶ,ମୁନା ଖାଁ ପ୍ରମୁଖ ଦଳୀୟ କର୍ମୀ ଯୋଗଦାନ କରି ଆସନ୍ତା ସାଧାରଣ ନିର୍ବାଚନ ରେ ତୁଳସୀପୁର ପଞ୍ଚାୟତ ରେ ବିଜେଡ଼ି ର ସାଂସଦ ଓ ବିଧାୟକ ପ୍ରାର୍ଥୀ ଯେପରି ଅଧିକ ଭୋଟ ପାଇ ପାରିବେ ସେ ନେଇ ସବିଶେଷ ଆଲୋଚନା ହୋଇଥିଲା।ନିର୍ବାଚନ ପରିଚାଳନା କରିବାକୁ ଏକ ୨୦ ଜଣିଆଁ ନିର୍ବାଚନ ପରିଚାଳନା କମିଟି ବରିଷ୍ଠ କର୍ମୀ ଅନିରୁଦ୍ଧ ତ୍ରିପାଠୀ ଙ୍କ ସଭାପତିତ୍ଵ ରେ ଗଠନ କରାଯାଇଥିଲା। ଏହି ବୈଠକ ରେ ପଞ୍ଚାୟତ ର ୧୭ ୱାଡ ରୁ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ।