ପ୍ରଥମ ପର୍ଯ୍ୟାୟ ମତଦାନରେ ଭୋଟରଙ୍କ ବିପୁଳ ଉତ୍ସାହ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ଥିବା ମତଦାନ ଆରମ୍ଭ ହେବା ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ରହିଥିବା ୭ଟି ବିଧାନସଭା ପାଇଁ ଭୋଟ୍ ଗ୍ରହଣ ଚାଲିଛି । ଏଥର ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ବିଭିନ୍ନ ଦଳ ଏବଂ ସ୍ବାଧୀନ ଭାବେ ମୋଟ ୮୬ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରୁଛନ୍ତି | ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମୋଟ ୧୭୦୪ଟି ପୋଲିଂ ଷ୍ଟେସନ୍ କରାଯାଇଛି ବ୍ରହ୍ମପୁର ଲୋକସଭା ଅଧୀନରେ ଥିବା ୧୫ଲକ୍ଷ ୯୦ହଜାର ୬୫୫ ଭୋଟର୍‌ ରହିଛନ୍ତି. ଆଜି ଭୋଟ ଦାନ ଭୋଟରଙ୍କ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଛି. ଭୋଟର୍ ତାଙ୍କ ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ଏଥିପାଇଁ ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମମଣ୍ଡଳୀ ସମେତ ଗଜପତି ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦିଆଯାଇଛିଯେ, ବ୍ରହ୍ମପୁର ଲୋକସଭା ଅଧୀନରେ ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା ଓ ଗଜପତି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି| ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ୧୫ଲକ୍ଷ ୯୦ହଜାର ୬୫୫ ଭୋଟର ରହିଛନ୍ତି ଏମାନଙ୍କ ମଧ୍ୟରେ ୭ଲକ୍ଷ ୯୭ହଜାର ୧୪ଜଣ ପୁରୁଷ ଓ ୭ ଲକ୍ଷ ୯୩ ହଜାର ୪୯୨ଜଣ ମହିଳା ଭୋଟର୍‌ ରହିଛନ୍ତି ସେହିପରି ୧୪୯ଜଣ ତୃତୀୟ ଲିଙ୍ଗ ଭୋଟର୍ ରହିଛନ୍ତି ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ମୋଟ ୨ଲକ୍ଷ ୩୫ହଜାର ୮୦୫ ଭୋଟର୍‌ ରହିଥିବା ବେଳେ ପୁରୁଷ ଭୋଟର୍‌ଙ୍କ ସଂଖ୍ୟା ୧ଲକ୍ଷ ୧୯ହଜାର ୭୪୬ ରହିଛି। ସେହିପରି ମହିଳା ଭୋଟର୍‌ଙ୍କ ସଂଖ୍ୟା ୧ଲକ୍ଷ ୧୬ହଜାର ୪୯ ରହିଥିବା ବେଳେ ୧୦ଜଣ ତୃତୀୟ ଲିଙ୍ଗ ଭୋଟର୍ ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀ ପାଇଁ ମୋଟ ୨୪୪ଟି ପୋଲିଂ ଷ୍ଟେସନ୍‌ର ବ୍ୟବସ୍ଥା କରାଯାଇଛି। ସେହିପରି ଗୋପାଳପୁରର ମୋଟ ୨ଲକ୍ଷ ୨୬ହଜାର ୫୦ ଭୋଟର୍‌ଙ୍କ ମଧ୍ୟରୁ ୧ଲକ୍ଷ ୧୪ହଜାର ୬୫୦ ପୁରୁଷ ଓ ୧ଲକ୍ଷ ୧୧ହଜାର ୩୮୫ ମହିଳା ଭୋଟର୍‌ ରହିଛନ୍ତି। ଏହା ସହିତ ୧୫ଜଣ ତୃତୀୟ ଲିଙ୍ଗ ଭୋଟର୍‌ ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀ ପାଇଁ ୨୧୬ ପୋଲିଂ ଷ୍ଟେସନ୍ କରାଯାଇଛି। ବ୍ରହ୍ମପୁରର ମୋଟ ୨ଲକ୍ଷ ୨୪ହଜାର ୬୧୫ ଭୋଟର୍‌ଙ୍କ ମଧ୍ୟରୁ ୧ଲକ୍ଷ ୧୧ହଜାର ୪୮୪ ପୁରୁଷ, ୧ଲକ୍ଷ ୧୩ହଜାର ୬୧ ମହିଳା ଓ ୭୦ଜଣ ତୃତୀୟ ଲିଙ୍ଗ ଭୋଟର୍‌ ରହିଛନ୍ତି। ମତଦାନ ପାଇଁ ବ୍ରହ୍ମପୁରରେ ମୋଟ ୧୭୪ଟି ପୋଲିଂ ଷ୍ଟେସନ୍ କରାଯାଇଛି। ଦିଗପହଣ୍ଡିର ମୋଟ ୨ ଲକ୍ଷ ୨୫ ହଜାର ୬୮୨ ଭୋଟର୍‌ଙ୍କ ମଧ୍ୟରୁ ୧ ଲକ୍ଷ ୧୫ ହଜାର ୮୨୪ ପୁରୁଷ, ୧ ଲକ୍ଷ ୯ହଜାର ୮୩୪ ମହିଳା ଓ ୨୪ଜଣ ତୃତୀୟ ଲିଙ୍ଗ ଭୋଟରୁ ରହିଛନ୍ତି । ଏହି ନିର୍ବାଚନମଣ୍ଡଳୀରେ ମୋଟ ୨୫୬ ପୋଲିଂ ଷ୍ଟେସନ୍ କରାଯାଇଛି ଚିଜିଟିର ମୋଟ ୨ଲକ୍ଷ ୧୫ହଜାର ୭୬୧ ଭୋଟର୍‌ ମଧ୍ୟରୁ ୧ଲକ୍ଷ ୯ହଜାର ୨୨୫ ପୁରୁଷ, ୧ଲକ୍ଷ ୬ହଜାର ୫୨୭ ମହିଳା ଓ ୯ଜଣ ତୃତୀୟ ଲିଙ୍ଗ ଭୋଟର୍‌ ରହିଛନ୍ତି ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ମୋଟ ୨ଲକ୍ଷ ୧୭ହଜାର ୫୫୫ ଭୋଟର୍‌ଙ୍କ ମଧ୍ୟରୁ ୧ଲକ୍ଷ ୭ହଜାର ୧୧୦ ପୁରୁଷ, ୧ଲକ୍ଷ ୧୦ହଜାର ୪୨୮ ମହିଳା ଓ ୧୭ଜଣ ତୃତୀୟ ଲିଙ୍ଗ ଭୋଟର୍‌ ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀ ପାଇଁ ମୋଟ ୨୭୬ ପୋଲିଂ ଷ୍ଟେସନ୍ କରାଯାଇଛି ସେହିପରି ମୋହନାର ମୋଟ୨ଲକ୍ଷ ୪୫ହଜାର ୯୧୨ ଭୋଟର୍‌ଙ୍କ ମଧ୍ୟରୁ ୧ଲକ୍ଷ ୧୯ହଜାର ୩୪୦ ପୁରୁଷ, ୧ଲକ୍ଷ ୨୬ହଜାର ୫୬୮ ପୁରୁଷ ଓ ୪ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀ ପାଇଁ ମୋଟ ୨୯୭ ପୋଲିଂ ଷ୍ଟେସନ୍‌ର ବ୍ୟବସ୍ଥା କରାଯାଇଛି. ପ୍ରକାଶ ଥାଉ କି ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦୃଦ୍ବିତା କରୁଥିବା ବେଳେ ତନ୍ମଧ୍ୟରୁ ୩ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି । ସେହିପରି ବ୍ରହ୍ମପୁର ବିଧାନସଭା ଆସନ ପାଇଁ ସର୍ବାଧିକ ୧୭ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବା ବେଳେ ତନ୍ମଧ୍ୟରୁ ୮ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି | ଛତ୍ରପୁରରେ ପ୍ରତିଦ୍ଵନ୍ଦିତା କରୁଥିବା ମୋଟ ୧୦ଜଣଙ୍କ ମଧ୍ୟରୁ ୩ଜଣ ସ୍ବାଧୀନ, ଗୋପାଳପୁରରେ ପ୍ରତିଦ୍ଵନ୍ଦିତା କରୁଥିବା ୧୦ଜଣଙ୍କ ମଧ୍ୟରୁ ୨ଜଣ ସ୍ବାଧୀନ, ଦିଗପହଣ୍ଡିରେ ପ୍ରତିଦ୍ଵନ୍ଦିତା କରୁଥିବା ୧୩ଜଣଙ୍କ ମଧ୍ୟରୁ ୭ଜଣ ସ୍ବାଧୀନ, ଚିକିଟିରେ ପ୍ରତିଦୃଦ୍ବିତା କରୁଥିବା ୮ଜଣଙ୍କ ମଧ୍ୟରେ ୨ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ପ୍ରତିବୃଦ୍ବିତା କରୁଥିବା ୧୦ଜଣଙ୍କ ମଧ୍ୟରୁ ୪ଜଣ ସ୍ବାଧୀନ ଓ ମୋହନାରେ ଲଢ଼େଇ କରୁଥିବା ୭ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ଜଣ ସ୍ବାଧୀନ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ମତଦାନ ଶାନ୍ତି ଶୃଙ୍ଖଳାରେ ଚାଲିଥିବା ମଧ୍ୟ ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ