ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ଛାତ୍ରୀ ମାନେ ମହିଳା କ୍ରିକେଟ ପ୍ରତିଯୋଗିତାରେ ଯୋଗ ପାଇଁ ଖୋର୍ଦ୍ଧା ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ଓଡିଶା ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ ସଂଗଠନ ଭୁବନେଶ୍ୱର ଙ୍କ ନିମନ୍ତ୍ରଣ କ୍ରମେ ଆଜି ସକାଳେ ରାଣୀ ପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ର ୧୪ ଛାତ୍ରୀ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଛନ୍ତି। ମେ ମାସ ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ୫ମ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖୋର୍ଦ୍ଧା ନିକଟସ୍ଥ କେ ଟି ଗୋଲବାଲ୍ ସ୍କୁଲ ଠାରେ ଅନୁଷ୍ଠିତ ହେବ ।ଏଥିରେ ଓଡ଼ିଶା ର ୭ ଟି ଦଳ ଭାଗ ନେବେ। ଆଜି ସକାଳେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିବାକର ସ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କ୍ରିଷ୍ଣା ଚନ୍ଦ୍ର ବେହେରା ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁଷ୍ପଗୁଛ ଦେଇ ଶୁଭକାମନା ସହ ଦଳ ର ବିଜୟ ଆଶ୍ରିବାଦ ରଖି ଥିଲେ। ଦଳର କ୍ୟାପଟେନ ଭାବରେ ଆନ୍ତର୍ଜାତୀୟ ମହିଳା ଖେଳାଳି ପଦ୍ମିନୀ ଟୁଡୁ, ସ୍ମୃତିରେଖା ପ୍ରଧାନ, ସରସ୍ଵତୀ ମୁର୍ମୁ, ସୁମିତ୍ରା ସିଂ, ମାହେଶ୍ୱରୀ ପ୍ରଧାନ, ପାର୍ବତୀ ମର୍ଣ୍ଡି (ଉପ ଅଧିନାୟିକା), ସରସ୍ଵତୀ ପଢ଼ିଆରୀ, ସୁଲଚନା ସିଂ,ଶିଲି ମୁର୍ମୁ, ମିତା ସିଂ, ମିନି ମହନ୍ତ, ସୁଲଚନା ସିଂ (୨), ଇତି କ୍ରିଷ୍ଣା ଭଞ୍ଜ ଓ ମେଘନା ସିଂ ସାମିଲ ହୋଇ ଥିଲା ବେଳେ କ୍ରୀଡା ଶିକ୍ଷକ ପ୍ୟାରୀମୋହନ ଭୂୟାଁ ଓ ସହଯୋଗୀ ସୋମନାଥ ରାଉତ ତତ୍ବାବଧନରେ ଯାତ୍ରା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ