ଅନଲାଇନ ଗେମ୍‌ଜାଲରେ ଯୁବପିଢ଼ି

ଦଶରଥହେମ୍ବ୍ରମ୍‌
ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର ଯୋଗୁଁ ମଣିଷର ମାନସିକ ସ୍ତରରେ ମାତ୍ରାଧିକ ପରିବର୍ତ୍ତନ ହେବାରେଲାଗିଛି । ପରିବାର ଆଉ ପରିବାରହୋଇରହୁନାହିଁ ।ସମସ୍ତେମୋବାଇଲ୍‌ରେବ୍ୟସ୍ତରହି ପାରିବାରିକସମ୍ପର୍କରେଶିଥିଳତାବ୍ୟାପିବାରଲାଗିଛି ।କେହିକାହାକୁସମୟ ଦେଇ ନପାରି ନକାରାତ୍ମକଚିନ୍ତାରେମଣିଷବୁଡ଼ିରହୁଛି । ପୂର୍ବରୁ ପରସ୍ପରମଧ୍ୟରେ ଯତ୍ନ ନେବାରେଯେଉଁ ଆବେଗଏବଂବ୍ୟାକୁଳତା ଦେଖା ଯାଉଥିଲା, ବର୍ତ୍ତମାନ ସମୟରେତାହାର ଅବକ୍ଷୟଘଟିମଣିଷସମାଜବିଷବଳୟଭିତରକୁଟାଣିହେଇଯାଉଛି । ପ୍ରତି କଥାରେବାପା-ପୁଅ, ମାଆ-ଝିଅ ମଧ୍ୟରେଏଭଳି ଅନେକ ପବିତ୍ରସମ୍ପର୍କମଧ୍ୟରେତିକ୍ତତା ଦେଖାଯାଉଥିବାରୁ ଅନେକ ପରିବାରଭାଙ୍ଗି ଯାଉଛି । ଏ ସବୁରଖଳନାୟକମୋବାଇଲକୁହିଁ ଦାୟୀକରିବାତାହାଉଚିତହେବନାହିଁ ।ଏନେଇସଚେତନତା ଆଉସତର୍କତାହିଁଶ୍ରେୟସ୍କର ।ତେବେମୋବାଇଲବ୍ୟବହାରକାରୀଙ୍କମଧ୍ୟରୁ ଯୁବପିଢ଼ିସର୍ବାଗ୍ରେ ଅଛନ୍ତି ।ସେମାନେ ଅନଲାଇନ ଗେମଜାଲରୁମୁକୁଳିବାହୁଏତଏତେସହଜ ନୁହଁ ।କାରଣସେମାନେ ଅନଲାଇନ୍‌ଗେମଜାଲରେକେବେଠୁ ପଡ଼ିସାରିଲେଣି ।ଯେତେଚେଷ୍ଟାକଲେବିସେମାନେ ଏଥିରୁମୁକୁଳି ପାରୁନାହାନ୍ତି ।ଏହିଭଳିଗେମ୍‌ରଶିକାରହୋଇବହୁ ପିଲାଙ୍କଜୀବନ ଯାଉଥିବା ପ୍ରତିଦିନ ଖବରକାଗଜଏବଂଗଣମାଧ୍ୟମରେ ପ୍ରସାରିତକରାଯାଉଛି ।ତେବେଏହି ଅନଲାଇନ ଗେମ୍ ଯୁବପିଢିକାହିଁକିଖେଳନ୍ତିଏବଂ ଏଥିରୁସେମାନେ କଣ ଲାଭ/କ୍ଷତି ପାଇବେସେସମ୍ପର୍କରେସେମାନେ ଆଦୌ ଜାଣିନଥାନ୍ତି । ମଦ, ଗଞ୍ଜେଇ, ଭାଙ୍ଗ, ଅଫିମ, ହେରୋଇନ ଭଳି ଏକ ନିଶାବ୍ୟବହାରକାରୀଙ୍କମଧ୍ୟରେଯେମିତିଲକ୍ଷଣ ଦେଖାଯାଏଠିକ୍‌ସେମିତି ଅନଲାଇନ ଗେମ ମଧ୍ୟ ଯୁବପିଢିଙ୍କ ପାଇଁ ଏକ ନିଶାରେ ପରିଣତହେଇଯାଇଛି ।ଏହି ନିଶାରେ ଯୁବପିଢ଼ି ଥରେ ପଡ଼ିଗଲେସେଥିରୁସେମାନେ ସହଜରେମୁକୁଳି ପାରିନଥାନ୍ତି । ଥରେଏହିଖେଳରେମଜାଚାଖିବା ପରେସଂପୂର୍ଣ୍ଣ ଏଥିରେ ମଜ୍ଜି ଯାଇଥାନ୍ତି ।ମାନସିକବିଶୃଙ୍ଖଳା ପରିସ୍ଥିତିଉପୁଜି ଅନେକ ଯୁବପିଢିଙ୍କଜୀବନ ମଧ୍ୟ ଚାଲିଯାଉଛି ।ତେଣୁ ଅନଲାଇନ୍‌ଗେମମାଦକ ନିଶାଠାରୁମାରାତ୍ମକବୋଲିକୁହାଯାଉଛି ।
ଆଜିକାଲି ଯୁବପିଢିଙ୍କମଧ୍ୟରେମୋବାଇଲପ୍ରେମଏତେମାତ୍ରାରେବଢ଼ିଗଲାଣି ଯେ, ଛୋଟଛୋଟ କଥା ନେଇଏମାନେ ବାପାମାଆଙ୍କଉପରେବିରକ୍ତି ଓ କ୍ରୋଧ ପ୍ରକାଶକରୁଛନ୍ତି ।ସାମାଜିକଜୀବନରୁ ଦୂରେଇଘଣ୍ଟାଘଣ୍ଟା ଧରିମୋବାଇଲରେ ପଶିସମୟକୁବରବାଦ କରୁଛନ୍ତି ।ସେମାନଙ୍କଭବିଷ୍ୟତନେଇମୁଣ୍ଡରେକିଛିବିଚିନ୍ତା ପଶୁନାହିଁ ।କେତେକଷ୍ଟରେରୋଜଗାରକରିବାପାମାଆ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି, ସେ କଥାକୁସେମାନେ ହେୟମନେ କରୁଛନ୍ତି । ଅତଏବ, ଏହା ପଛରେ ଅନେକକାରଣରହିଛି, ଯେଉଁଥିପାଇଁମୋବାଇଲଗେମ୍‌ରେ ମଜ୍ଜିରହି ଅନେକ ଅସାମାଜିକକାମକରୁଥିବାବ୍ୟକ୍ତିଙ୍କୁସାହାଯ୍ୟକରିବାରେ ଯୁବପିଢ଼ି ପଛାଉନାହାନ୍ତି । ଯଦ୍ୱାରାସମାଜରେ ଧର୍ଷଣ, ହତ୍ୟା, ଲୁଣ୍ଠନ, ଡକାୟତି, ଚୋରୀଭଳିଜଘନ୍ୟ ଅପରାଧ ବଢ଼ିବାରେଲାଗିଛି ।ଏହାକୁ ନିୟନ୍ତ୍ରଣକରିବା ଯଦିଓ ଅସମ୍ଭବ ପରିମନେ ହେଉଛି, ଅପରାଧରେଲିପ୍ତ ଥିବା ଯୁବପିଢ଼ି ପରେ ନିଜରଭୁଲବୁଝି ଆତ୍ମହତ୍ୟାକରିବାକୁବି ପଛାଉନାହାନ୍ତି ।ତେଣୁଏସବୁକୁ ନିୟନ୍ତ୍ରଣକରିବାକୁହେଲେ ପିଲାମାନଙ୍କର ଅଭିଭାବକ ଏଥିପ୍ରତି ଯତ୍ନବାନ ହେବା ନିହାତି ଦରକାର ।
ପିଲାଜନ୍ମହେଉହେଉ ପିଲାରକାନ୍ଦ ଚୁପ କରାଇବାକୁ ଯାଇବାପାମାଆସ୍ମାର୍ଟଫୋନ ତାଙ୍କ ପିଲାଙ୍କହାତରେ ଧରାଇ ଦେଉଛନ୍ତି ।ମୋବାଇଲ୍ ଦେଖିଲେ ପିଲାଟିଏଖାଉଛି, ନତୁବା ଅଭିଭାବକମଧ୍ୟରେତୁମୁଳକାଣ୍ଡ ।ସମୟ ଅଭାବରୁ ଅନେକ ପିଲାମୋବାଇଲ୍‌କୁସାଙ୍ଗକରିନେଉଛନ୍ତି ।ଘଣ୍ଟାଘଣ୍ଟା ଧରି ଅନଲାଇନ ଗେମ୍‌ଏବଂସାମାଜିକଗଣମାଧ୍ୟମରେବୁଡ଼ିରହି ଅଧିକସମୟ ନଷ୍ଟ କରୁଛନ୍ତି ।ଏହା ଯେ କେତେମାତ୍ରାରେହାନିକାରକତାହାକାହାକୁ ଅଛପା ନାହିଁ । ଯୁବପିଢିଙ୍କମଧ୍ୟରେ ନକାରାତ୍ମକଭାବନା ଦେଖିବାକୁମିଳୁଛି ।ସବୁଠାରୁବଡ଼କଥା ହେଲା, ପିଲାଟିଏ ପାଠ ଆରମ୍ଭ କରିବା ପୂର୍ବରୁସିଲଟଖଡ଼ିର ଦରକାରହେଉଥିଲା, ଏବେତାହାମୋବାଇଲରେ ପରିବର୍ତ୍ତନ ହେଲାଣି ।ସେ ପୁଣିଏମିତିସେମିତିମୋବାଇଲ ନୁହେଁ, ସ୍ମାର୍ଟଫୋନ ହେବା ଦରକାର ।ସରକାରୀବିଦ୍ୟାଳୟହେଉକିମ୍ବାବେସରକାରୀବିଦ୍ୟାଳୟରେ ନର୍ସରୀରୁ ପିଲାଙ୍କର ଅନଲାଇନ କ୍ଳାସହେଉଛି, କରୋନାମହାମାରୀ ପରଠାରୁ ।ଏହାବାଦେ କୋଳରେଛୁଆମୋବାଇଲ ନଦେଖିଲେ ପିଲାଟିଖାଉନି ।ଗୁମୁରିକାନ୍ଦିଲେମାଆଛାତିରେ ଅହେତୁକ ଆଘାତଲାଗିଯାଉଛି ।ତେଣୁ ପିଲାଙ୍କୁଚୁପ କରିଖୁଆଇବାକୁହେଲେମୋବାଇଲହିଁ ଭଲ ରାସ୍ତାବୋଲିବର୍ତ୍ତମାନରମମୀମାନେ ବାଛିନେଉଛନ୍ତି । ଆଗରୁ ପିଲାଟିଏ ନଖାଇଲେଜହ୍ନ ଦେଖାଇମାଆମାନେ ପିଲାଙ୍କୁଖୁଆଇ ଦେଉଥିଲେ ।କିନ୍ତୁ ଆଜିରମାଆମାନେ (ମମୀମାନେ) ସ୍ମାର୍ଟଫୋନ ଦେଖାଇସେମାନଙ୍କୁଖୁଆଉଛନ୍ତି, କିଭାଗ୍ୟ ଆମ ପିଲାମାନଙ୍କର! ଯାହାବିହେଉ ଦୁନିଆସହିତଚାଲିବାକୁହେବ, ନହେଲେ ଏ ସମାଜ ପରିହାସକରିବାକୁ ଧାଇଁ ଆସିବେ ।ଏତେଟଙ୍କା ପଇସା, ଧନସମ୍ପତ୍ତି ଥାଇଗୋଟିଏ ପିଲାର ଅଭାବ ପୂର୍ଣ୍ଣକରିପାରୁନାହାନ୍ତି ।ଏୟାଠୁ ଆଉଲଜ୍ୟା କଣ ଥାଇପାରେକହିଗାଁସାରାଚର୍ଚ୍ଚାରବିଷୟ ପାଲଟିଯାଏ । ଯାହାବିହେଉନାକାହିଁକି, ଆକାଶରଜହ୍ନ ଥାଉଥାଉଏବେ ପିଲାଏସ୍ମାର୍ଟଫୋନ ନିଶାରେ ପଡ଼ିଯାଇଛନ୍ତି ।
ବର୍ତ୍ତମାନ, ଏମିତିସମୟ ଆସିଯାଇଛିମୋବାଇଲବିନାବଞ୍ôଚବାମୁସ୍କିଲହୋଇପଡିଛି ।ମୋବାଇଲ ନହେଲେଯେକୌଣସିକାମହୋଇ ପାରୁନାହିଁ ।ଗ୍ରାମାଞ୍ଚଳରେନେଟୱର୍କରସମସ୍ୟାରହିଥିବାସତ୍ତ୍ୱେଲୋକମାନେ ମୋବାଇଲକିଣିବାକୁବାଧ୍ୟ ହେଉଛନ୍ତି । ପ୍ରତିସ୍ତରରେମୋବାଇଲର ଆବଶ୍ୟକତାରହିଥିବାରୁଲୋକମାନେ ମୋବାଇଲକିଣୁଛନ୍ତି ।ଏହା ଦ୍ୱାରା ୧୦ ବର୍ଷମଧ୍ୟରେ ୮୫ ପ୍ରତିଶତଲୋକଙ୍କ ପାଖରେମୋବାଇଲମହଜୁଦ ଅଛି ।ତେବେଲୋକେସିଗାରେଟ, ଭାଙ୍ଗ, ମଦ ସେବନ କରିଯେମିତି ଆନନ୍ଦ ପାଇଥାନ୍ତି, ସେମିତି ଯୁବପିଢ଼ି ଅନଲାଇନ ଗେମଖେଳିଉତ୍ତେଜିତହୋଇଥାନ୍ତି । ଯଦି ପିଲାଟିସବୁବେଳେ ନିୟମିତଭାବେ ଅନଲାଇନ ଗେମଖେଳିଲା, ତା’ହେଲେ ନିଶାଗ୍ରସ୍ତଲୋକଭଳି ଅନଲାଇନ୍‌ଗେମରେ ନିଶାଶକ୍ତହେଇଯାନ୍ତି । ଯଦି ଗୋଟିଏୱେବ୍‌ସାଇଟରେ ଅନଲାଇନ ଗେମ୍ ନିଷିଦ୍ଧ କରାଯାଉଛି, ତା’ହେଲେ ପିଲାମାନେ ଅନ୍ୟ ୱେବସାଇଟରୁ ଅନଲାଇନ ଗେମଡାଉନ୍‌ଲୋଡ଼୍‌କରିଖେଳୁଛନ୍ତି ।ଏଣୁଏହି ଅନଲାଇନ୍‌ଗେମ୍‌ବ୍ୟାନ୍‌କରିବାକାଠିକର ପାଠ ।ଏହାଏତେସହଜ ନୁହଁବୋଲି ଅନେକବିଶେଷଜ୍ଞମାନେ ମତ ଦେଇ ସାରିଛନ୍ତି । ସମୟ ଥିଲାଇଣ୍ଟରନେଟ୍‌ମହଙ୍ଗା ଥିଲା, କିନ୍ତୁବର୍ତ୍ତମାନ ଇଣ୍ଟରନେଟ୍‌ଏତେଶସ୍ତାହେଇଯାଇଛି ଯେ ଆଗଭଳି ଆଉବ୍ୟୟସାପେକ୍ଷହୋଇରହିନାହିଁ ।ଏଣୁ ପିଲାମାନେ ମନଇଚ୍ଛାଇଣ୍ଟରନେଟ୍‌ବ୍ୟବହାରକରି ଅନଲାଇନ୍‌ଗେମ୍‌ଖେଳିବାରମଜାନେଉଛନ୍ତି ।ତେବେ ଅନଲାଇନ୍‌ଗେମ୍‌ଖେଳୁଥିବା ଯୁବପିଢ଼ିକିମ୍ବା ପିଲାରମାନସିକସ୍ଥିତିସବୁବେଳେ ଅସ୍ଥିରରହିବାସଙ୍ଗେସଙ୍ଗେମନରେଭୟରହୁଛି ।ଏମାନେ ସବୁବେଳେବିଷାଦଗ୍ରସ୍ତରହୁଛନ୍ତି, ନିଦ ଠିକ୍‌ରେହେଉନାହିିଁ, ପାଠପଢିବା ପ୍ରତି ଆଗ୍ରହ ପ୍ରକାଶକରୁନାହାନ୍ତି, ମୁଣ୍ଡବିନ୍ଧିବାସହହାତ ଓ ଆଙ୍ଗୁଠି ଆଦିରେ ଦରଜ ଅନୁଭବକରୁଛନ୍ତି, ନିଜକୁସେମାନେ ନ୍ୟୁନ ଓ ଅସହାୟମନେ କରୁଛନ୍ତିଏବଂବାପାମାଆ ଓ ବନ୍ଧୁବାନ୍ଧବଙ୍କସହସମ୍ପର୍କରଖିବାକୁଚାହୁଁନାହାନ୍ତି ।ସମସ୍ତଙ୍କଠୁ ଦୂରେଇଏକାକୀରହିବାକୁସେମାନେ ପସନ୍ଦ କରୁଛନ୍ତି ।କାହାସହିତମିଶିବାକୁ ଭଲ ପାଉନାହାନ୍ତି । ଏଥିରୁଜଣାପଡ଼େ ଅନଲାଇନ ଗେମମାୟାଜାଲରେସେହି ପିଲାଟି ପଡ଼ିଯାଇଛି ।କେବଳ ଯୁବପିଢ଼ିହିଁ ଏଥିରେସମ୍ପୃକ୍ତିତାହାକହିବାଠିକ ନୁହଁ, ବୟସ୍କବ୍ୟକ୍ତି ମଧ୍ୟ ଅନଲାଇନ୍‌ଗେମ୍‌ରକବଳରୁବାଦ ପଡ଼ିନାହାନ୍ତି ।ଏକୁଟିଆରହିଥିବାବ୍ୟକ୍ତିମାନେ ହିଁ ଅନଲାଇନ୍‌ଗେମ୍‌କୁ ଆପଣାଇଥାନ୍ତି ।କାରଣ ଅନଲାଇନ୍‌ଗେମ୍‌ସେମାନଙ୍କୁ ନିୟନ୍ତ୍ରଣକରିଥାଏ ।ଯେତେବେଳେଚାହିଁବେସେମାନେ ସେତେବେଳେଏହିଗେମଖେଳିପାରିବେ ଏହିସମୟମଧ୍ୟରେସେମାନେ ଆଉଟ୍‌ଡୋର୍‌ଗେମ ପାଇଁସାଙ୍ଗସାଥିଙ୍କ ଆବଶ୍ୟକତାକୁ ନାପସନ୍ଦ କରିଥାନ୍ତି ।ଏନେଇ ନିକଟରେହୋଇଥିବା ଏକ ସର୍ବେକ୍ଷଣରୁଜଣାପଡିଛି ଯେ ୫ ରୁ ୧୬ ବର୍ଷବୟସର ପ୍ରାୟ ୬୦% ପିଲାଡିଜିଟାଲ ନିଶା ଦ୍ୱାରା ଆକ୍ରାନ୍ତ ।ଏହିସମସ୍ୟାକୁ ପ୍ରଭାବଶାଳୀଢଙ୍ଗରେସମାଧାନ କରିବାର ଆବଶ୍ୟକତାରହିଛିବୋଲିଗବେଷକମାନେ କହିଛନ୍ତି ।ଏହିସର୍ବେକ୍ଷଣରେ ପିଲାଙ୍କଠାରେସ୍କ୍ରିନ ସମୟବୃଦ୍ଧିସହିତଜଡ଼ିତବିପଦ ଦେଖିବାକୁମିଳିଛି । ଯେପରିକି ଅଧିକବାକମଶୋଇବା, ରାତିରେ ନ ଶୋଇ ଦିନରେଶୋଇବା, କମଶାରୀରିକକାର୍ଯ୍ୟକଳାପ, ସାମାଜିକବ୍ୟବସ୍ଥାରୁ ନିଜକୁ ଦୂରେଇରଖିବା, ପାଠଢାରେବହୁତଖରାପ ପ୍ରଦର୍ଶନ କରିବାଭଳିବିଷୟଚିନ୍ତାଜନକ ଯେ ଅଧିକାଂଶ ପିଲା ଅର୍ଥାତ ୭୦ ରୁ ୮୦% ସ୍କ୍ରିନ ସମୟ ପାଇଁସୁପାରିଶକରାଯାଇଥିବା ଦୈନିକସୀମା ଅତିକ୍ରମକରୁଛି ।ମାତ୍ର ଅଧିକାଂଶମାତାପିତା ଏ ବିଷୟରେଜାଣନ୍ତି ନାହିଁକିମ୍ବାଜାଣିଲେ ମଧ୍ୟ ପ୍ରତିକାରକରିପାରନ୍ତି ନାହିଁ ।ସର୍ବେକ୍ଷଣ ଅନୁଯାଇ, ୬୦% ପିଲାଡିଜିଟାଲ ନିଶାଗ୍ରସ୍ତହେବାରସଂକେତ ଦେଉଥିବାବେଳେ ୮୫% ଅଭିଭାବକ ପିଲାଙ୍କ ଅନଲାଇନ କାର୍ଯ୍ୟକଳାପ ପରିଚାଳନାରେସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ତେଣୁଏହିସମସ୍ୟାରୁସମାଧାନ କରିବାକୁହେଲେ ପ୍ରତିମୁହୂର୍ତ୍ତରେ ଅଭିଭାବକ ପିଲାଙ୍କ ପ୍ରତି ଯତ୍ନଶୀଳହେବାବିଧେୟ ଏବଂଏନେଇସଚେତନତାର ଆବଶ୍ୟକତାରହିଛି । ଫଳରେମାରାତ୍ମକ ଅନଲାଇନ ଗେମରୁ ଯୁବପିଢ଼ିମୁକୁଳି ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ