ଗୋବିନ୍ଦପୁରରେ ବିଜେପିର ମିଶ୍ରଣ ପର୍ବ

ବନ୍ତ, (ଚାନ୍ଦନୀ ମହାନ୍ତି):ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଙ୍ଗୀରା ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବରଡେଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳଙ୍କ ଆବାହକତ୍ୱରେ କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ ଜେନା, ତୋଡଗାଁ ସରପଞ୍ଚ ମାନସ ପହି, ପୂର୍ବତ୍ତନ ସମିତି ସଭ୍ୟ ଜିତେନ୍ଦ୍ର ନାୟକ, ରବିନ୍ଦ୍ର ଧଳ, ନାରିନେତ୍ରୀ ମାନସୀ ଧଳ, ଜ୍ୟୋତି ଶଙ୍କର ଧଳ, ପଞ୍ଚାୟତ ସଭାପତି ତାପସ ଜେନା, ପଦ୍ମଲୋଚନ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଜେପି ଦଳର ନୀତି, ଆଦର୍ଶ ଓ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ବାବଦରେ ଲୋକମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଯୁବ ସଂଗଠକ ରôତାକର ବାରିକ, ରଘୁନାଥ ପଣ୍ଡା, ଗଦାଧର ବାରିକ, ଶଶିକାନ୍ତ ପଣ୍ଡା, ରମାକାନ୍ତ ମିଶ୍ର, ହରିହର ପୁଣ୍ଟିଆ, ସୁରେଶ ପଣ୍ଡା ପ୍ରମୁଖ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିଲେ । ନେତୃବୃନ୍ଦ ସେମାନଙ୍କୁ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ