ବନ୍ତରେ ବିଜେଡି କାର୍ଯ୍ୟାଳୟ ଖୋଲିଲା

ବନ୍ତ, (ଚାନ୍ଦନୀ ମହାନ୍ତି):ବନ୍ତସ୍ଥିତ କେନ୍ଦୁଆପଦା ଛକ ଠାରେ ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ୟାଳୟ ଖୋଲାଯାଇଛି । ଭଣ୍ଡାରିପୋଖରୀ ବିଧାନସଭାର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ, ସାଢେ ୪କୋଟି ଓଡିଶା ବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକ ରହିଛନ୍ତି । ତାଙ୍କର ଜନହିତ କର ଯୋଜନା ଗୁଡିକରେ ଲୋକେ ସୁଫଳ ପାଉଥିବାରୁ ତାଙ୍କୁ ଆଗାମୀ ନିର୍ବାଚନରେ ଓଡିଶା ବାସୀ ପୁଣିଥରେ ଭୋଟ ଦେଇ ୬ଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବେ । ତେଣୁ କର୍ମୀମାନେ ସମସ୍ତେ ଭେଦଭାବ ଭୁଲି ଉଭୟ ବିଧାୟକ ଓ ସାଂସଦଙ୍କ ପାଇଁ ଲୋକମାନଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ ତାଙ୍କ ବକ୍ତବ୍ୟରେ କହିଲେ, ମହିଳା ମାନେ ଅଧିକରୁ ଅଧିକ ସଂଖ୍ୟାରେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଦେଇଆସୁଛନ୍ତି । ସେହି ତୁଳନାରେ ପୁରୁଷ ମାନେ ଭୋଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେ ଆମ୍ଭ ଦଳ ବହୁ ଭୋଟରେ ବିଜୟ ଲାଭ କରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଜିଲ୍ଲା ବିଜେଡି ଉପ ସଭାପତି ପ୍ରଶାନ୍ତ ଦାଶ, ରାଜ୍ୟ ଯୁବ ସଂପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ବିଧାନସଭା ନେତା ବିପିନ ନାୟକ, ବ୍ଲକ ବିଜେଡି ସଂପାଦକ ସୁବାଷ ଦାଶ, ଯୁବ ସଭାପତି ସତ୍ୟସାଧନ ବେଜ, ଛାତ୍ର ସଭାପତି ପ୍ରଣବ କିଶୋର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଦଳିୟ କର୍ମୀମାନେ ଏକ ଶୋଭାଯାତ୍ରାରେ କେନ୍ଦୁଆପଦା ଛକ ଠାରୁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ପାଛୋଟି ଆଣିବା ପରେ ଦଳିୟ କାର୍ଯ୍ୟାଳୟକୁ ଫିତା କାଟି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଧାନପଡା ସରପଞ୍ଚ ଗଜେନ୍ଦ୍ର ସେଠୀ, ପୂର୍ବତ୍ତନ ସରପଞ୍ଚ ବିଜୟ ନାୟକ, ପ୍ରଶାନ୍ତ ସାମଲ, ଆଲୋକ ରାଉତ, ଶକ୍ତିଧର ରାଉତ, ସେକ୍ ଜଲ୍ଲାଉଦ୍ଦିନ, ସମିନ ନୱାଜ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ