ବିକଶିତ ଭାରତ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମରେ ଲୋକସଭାର ବାଚସ୍ପତି ଶ୍ରୀଯୁକ୍ତ ଓମ୍ ବିର୍ଲାଙ୍କ ଯୋଗଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ଵର ନୋସି ସମ୍ମିଳନୀ କକ୍ଷରେ “ବିକଶିତ ଭାରତ ବିକଶିତ ଓଡ଼ିଶା” ନାମକ ଏକ ଆଲୋଚନା ଚକ୍ରରେ ଲୋକସଭାର ୧୭ତମ ବାଚସ୍ପତି ଶ୍ରୀଯୁକ୍ତ ଓମ୍ ବିର୍ଲା ଯୋଗଦେଇ ଥିଲେ। ଦିବା ୧୦.୫୦ ମିନିଟ ସମୟରେ ନୋସି ହେଲିପ୍ଯାଡ଼ରେ ଅବତରଣ କରିବା ସମୟରେ ଶ୍ରୀଯୁକ୍ତ ଓମ୍ ବିର୍ଲାଙ୍କୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଓ ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ସ୍ବାଗତ କରିଥିଲେ। ସ୍ବାଧୀନତାର ୭୫ ବର୍ଷ ପରେ ପ୍ରଥମ ଥରପାଇଁ ଜଣେ ଲୋକସଭାର ବାଚସ୍ପତି ବାଲେଶ୍ଵର ମାଟିରେ ପାଦ ଦେଇଥିବାରୁ ସଂସଦୀୟ କ୍ଷେତ୍ର ସମେତ ସମଗ୍ର ଜିଲ୍ଲା ନିଜକୁ ଗୌରବାନିତ୍ବ ମନେକରୁଛି ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି। କାର୍ଯ୍ୟକ୍ରମରେ ମମତା ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଶ୍ରୀ ଅଜୟ ଅଗ୍ରୱାଲ ତାଙ୍କ ବ୍ଯକ୍ତବ୍ଯରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଓଡ଼ିଶା ପ୍ରତି ପ୍ରାଧାନ୍ୟ ବିଷୟରେ ଆଲୋଚନା କରିଥିଲେ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଓ ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ସେମାନଙ୍କ ବ୍ଯକ୍ତବ୍ଯରେ ରାଜ୍ୟ ପାଇଁ ଓ ନିଜ ନିଜ ବିଧାନସଭା ମଣ୍ଡଳୀ ପାଇଁ କେନ୍ଦ୍ରୀୟ ଯୋଜନା ବିଷୟରେ ବିସ୍ତାରିତ ଭାବେ କହିଥିଲେ, ତା ସହିତ ଆଗାମୀ ଦିନରେ ତାଙ୍କର ସଂକଳ୍ପ ବିଷୟରେ କହିଥିଲେ। ଏହା ପରେ ବାଲେଶ୍ଵର ମାଟିର ବରପୁତ୍ର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ବକ୍ତାଙ୍କୁ ନମସ୍କାର କରି ତାଙ୍କ ବ୍ଯକ୍ତବ୍ଯ ଆରମ୍ଭ କରିଥିଲେ। ୨୫ ବର୍ଷର ବିଜେଡ଼ି କୁଶାସନ ବିଷୟରେ ବର୍ଣ୍ଣନା କରିଥିଲେ, ଓଡ଼ିଆ ଅସ୍ମିତା ଆଜି ବିପଦରେ, ମହାପ୍ରଭୁଙ୍କ ରତ୍ନଭଣ୍ଡାରର ସ୍ଥିତି ବିଷୟରେ ଚିନ୍ତା ପ୍ରକଟ କରିଥିଲେ। ମୋଦିଜୀଙ୍କ ପାଇଁ କେବଳ ଭାରତୀୟ ଅର୍ଥନୀତି ୧୧ ସ୍ଥାନରୁ ୫ ନମ୍ବରକୁ ଆସିନାହିଁ, ସାମରିକ, ସାମାଜିକ, ବୈଦେଶିକ ସାଂସ୍କୃତିକ କ୍ଷେତ୍ରରେ ଆମ ଦେଶର ସମ୍ମାନ ଆଜି ଶୀର୍ଷରେ ପହଞ୍ଚିଛି। ଆଗାମୀ ସାଧାରଣ ନିର୍ବାଚନରେ ମୋଦୀଙ୍କ ଆହ୍ବାନ “ଅବ୍ କି ବାର ୪୦୦ ପାର ଓ ଓଡ଼ିଶାରେ ବିଜେପି ସରକାର” କୁ ସାକାର କରିବା ପାଇଁ ଅନୁରୋଧ ରଖିଥିଲେ। ସର୍ବଶେଷରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଓମ୍ ବିର୍ଲା ସଭାକୁ ସମ୍ବୋଧିତ କରି ବିଗତ ଦଶ ବର୍ଷରେ ଭାରତର ବିକାଶର ଗାଥା ଗୋଟିଏ ପରେ ଗୋଟିଏ ବିସ୍ତ୍ରୁତ ଭାବେ କହିଥିଲେ। ଗୋଟିଏ ସମୟ ଥିଲା ଭାରତ ସାମରିକ କ୍ଷେତ୍ରରେ ଆମେରିକା, ରୁଷ, ଇଂଲଣ୍ଡ, ଇଉରୋପ, ଫ୍ରାନ୍ସ, ଜାପାନ, ଜର୍ମାନୀ ଉପରେ ସମ୍ପୁର୍ଣ୍ଣ ନିର୍ଭରଶୀଳ ଥିଲା, ମୋଦିଜୀଙ୍କ ସଂକଳ୍ପ ଯୋଗୁ ସାମରିକ କ୍ଷେତ୍ରରେ ଆମେ ୮୦% ଆତ୍ମନିର୍ଭରଶୀଳ ହୋଇପାରିଛୁ, ତତ୍ସହିତ ରପ୍ତାନି କରୁଛୁ। ୨୦୧୪ ପୁର୍ବରୁ ଦେଶରେ ଆତଙ୍କବାଦୀ ଘଟଣା ପ୍ରତିନିୟତ ଘଟୁଥିବା ବେଳେ ମୋଦିଜୀ ଆତଙ୍କବାଦୀ, ମାଓବାଦୀଙ୍କ କାର୍ଯ୍ୟକଳାପକୁ ସମୂଚ ସଙ୍କୁଚିତ କରିପାରିଛନ୍ତି। ବିକଶିତ ଭାରତ ବିକଶିତ ଓଡ଼ିଶା ପାଇଁ ନୂଆ ଯୋଜନା, ନୂଆ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ କେନ୍ଦ୍ର ସରକାର ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି। ସେ ଆହୁରି କହିଥିଲେ ଓଡ଼ିଶାର ଲୋକ ନବୀନ ସରକାରକୁ ହଟାଇ ପରିବର୍ତ୍ତନ ଚାହୁଁଛନ୍ତି। ବାଲେଶ୍ଵରରେ ଡବଲ୍ ଇଞ୍ଜିନ ସରକାର ପାଇଁ ଆହ୍ବାନ କରି ବ୍ଯକ୍ତବ୍ଯ ସମାପ୍ତ କରିଥିଲେ “ବିକଶିତ ଭାରତ ବିକଶିତ ଓଡ଼ିଶା” ସଭାକାର୍ଯ୍ୟକୁ ସଂଯୋଜକ ମୋହିତ ପୋଦାର ଓ ମମତା ମହାପାତ୍ର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ