ଏକମାସ ଧରି ପଣା ବଣ୍ଟନ ର ଉଦଯାପନୀ ଉତ୍ସବ ଓ କର୍କଟ ପିଡ଼ିତଙ୍କୁ ସହାୟତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳାଭୂମି ପକ୍ଷରୁ ମହାବିଷୁବ ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ଧରି ପଣା ବଣ୍ଟନ ର ଉଦଯାପନୀ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏକମାସ ଧରି ପଟିଆ ଆଦର୍ଶ ବିହାର ଠାରେ ଦୁଇହଜାର ରୁ ଉର୍ଦ୍ଧ ପଥଯାତ୍ରୀ ମାନଙ୍କ ପାଇଁ ପ୍ରତେକ ଦିନ ବିଭିନ୍ନ ପ୍ରକାର ର ପଣା ଓ ଗ୍ଲୁକୋଜ ପାଣି ବଣ୍ଟନ କରାଯାଉଥିଲା । ଏହି ଉଦଯାପନୀ ସନ୍ଧ୍ୟାରେ କଳାଭୂମିର ଅଧ୍ୟକ୍ଷ ଡ଼ ପ୍ରମୋଦ ପତିଙ୍କ ସଭାପତିତ୍ୱରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ କଳାଭୂମିର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ସମାଜ ସେବା ଅଙ୍ଗାଙ୍ଗି ଭାବେ ଜଡିତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ ଓଡ଼ିଆ ମାନଙ୍କ ମହାନ ସଂସ୍କୃତି ର ବ୍ୟାଖ୍ୟା କରିବା ସହ ପ୍ରତି ପଣା ସଙ୍କରାନ୍ତି ରେ ଘର ବୃନ୍ଦାବତୀ ଚଉଁରା ମୂଳରେ ଠେକି ବସାଇ ଆମ ସଂସ୍କୃତି ପାରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ଭୁବନେଶ୍ୱର ୧ ନମ୍ବର କର୍ପୋରେଟର ମିହିର କୁମାର ରାଉତ କଳାଭୂମିର ଏହିଭଳି ଅଭିନଵ କାର୍ଯ୍ୟ କୁ ପ୍ରଶଂସା କରି ଥିଲେ , ପରିବେଶ ବିତ୍ ଜେ.କେ ପାଣିଗ୍ରାହୀ, ଶିଳ୍ପପତି ନାଦିରା ରେହମତ ଫତିମା, ସୁରମଣି ଅଭିରାମ ନନ୍ଦ, ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟଶିଳ୍ପୀ ଗୌରୀଶଙ୍କର ଦାଶ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଭଜନ ସଂଧ୍ୟା ରେ ଓଡିଶା ର ବହୁ ବିଶିଷ୍ଟ କଣ୍ଠ ଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା ଏବଂ ସମାଜମଙ୍ଗଳ ହୁଣ୍ଡିରୁ ପନ୍ଦର ହଜାର ତିନିଶହ ଟଙ୍କା କଳାରାହଙ୍ଗ ଅଞ୍ଚଳର ୫୨ ବର୍ଷୀୟ କର୍କଟ ପୀଡିତ ପ୍ରଦୀପ ହାତୀଙ୍କୁ ପ୍ରଦାନ କରାଯାଇଥିଲା । ତିନି ଜହାର ଲୋକଙ୍କ ପାଇଁ ଅନ୍ନ ଭୋଜନ ବ୍ୟବସ୍ଥା ସହ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ କଳାଭୂମି ର ସମସ୍ତ ସଦସ୍ୟ ସଦସ୍ୟା ଙ୍କ ସହ ବହୁ ସ୍ବେଛାସେବୀ ଡ଼ଃ ପ୍ରମୋଦ ପତି ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହେଇଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ସମାଜସେବୀ ମହାସଙ୍ଘ ସଭାପତି ନାରାୟଣ ଓଝା ଓ ଧନ୍ୟବାଦ ଅର୍ପଣ କରିଥିଲେ କଳାଭୂମିର କାର୍ଯ୍ୟ କାରି ସଭ୍ୟା ଡ଼ଃ ସୁଚିତ୍ରା ଦାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ