ଓଡ଼ିଆ ସାହିତ୍ୟ ଓ ରସାୟନ କ୍ଷେତ୍ରରେ ଡ଼ ଶାନ୍ତନୁ ଆଚାର୍ଯ୍ୟ ଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସନ୍ଧ୍ୟା ସମୟରେ ଭୁବନେଶ୍ଵର ୟୁନିଟ୍ ୯ ସ୍ଥିତ ରୋଟାରୀ ଭବନ ଠାରେ ଶାନ୍ତନୁ କୁମାର ଆଚାର୍ଯ୍ୟ ଟ୍ରଷ୍ଟ ର ୫ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି l ଜଣେ ରସାୟନ ବିଜ୍ଞାନୀ ହୋଇ ମଧ୍ଯ ଓଡ଼ିଆ ସାରସ୍ଵତ ଜଗତ କୁ ସମୃଦ୍ଧ କରିଥିବା ଯୁଗ ପୁରୁଷ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଙ୍କ ୯୨ ତମ ଜନ୍ମ ଦିନ ଅବସର ରେ The global presence of the Odia people since the ancient Kalinga Nau banijya till modern time ବିଷୟ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ, ବାଗ୍ନୀ ସୁବାର୍ତ୍ତା ର ସମ୍ପାଦକ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗୌରୀ ପ୍ରସାଦ ମହାପାତ୍ର ଏବଂ ନୌବାଣିଜ୍ୟ ବିଶାରଦ ଶ୍ରୀ ଅକ୍ଷୟ ପରିଜା ମତବ୍ୟକ୍ତ କରି ଉତ୍କଳ ର ମହାନ ପରମ୍ପରା, ସଂସ୍କୃତି, ଐତିହ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହିତ ସାରସ୍ୱତ ପ୍ରତିଭା ଡ଼ ଶାନ୍ତନୁ ଆଚାର୍ଯ୍ୟ ଙ୍କୁ ଜନ୍ମ ଦିବସ ର ଅଭିନନ୍ଦନ ଜଣାଇଥିଲେ.ଶ୍ରୀଯୁକ୍ତ ଶତପଥି ପ୍ରଫେସର ଆଚାର୍ଯ୍ୟ ଙ୍କ ସାରସ୍ୱତ ପ୍ରତିଭା ଓ ଓଡ଼ିଆ ସାହିତ୍ୟ, ରସାୟନ କ୍ଷେତ୍ର କୁ ରୁଦ୍ଧିମନ୍ତ କରିଛନ୍ତି ବୋଲି ମତ ବ୍ୟକ୍ତ କରି ଥିଲେ.ଉକ୍ତ ସଭାରେ ପ୍ରଫେସର ଡ଼ ଶାନ୍ତନୁ କୁମାର ଆଚାର୍ଯ୍ୟ ଙ୍କ ପୌରହିତ୍ୟରେ ଟ୍ରଷ୍ଟ ର ସଭାପତି ଡ. ଇତି ସାମନ୍ତ ସଭାପତିତ୍ବ କରିଥିଲେ l ପରିଚାଳନା କରିଥିଲେ ପ୍ରକାଶକ ଶ୍ରୀ ବନୋଜ ତ୍ରିପାଠୀ ଏବଂ ଶେଷରେ ଟ୍ରଷ୍ଟ ର ସଂପାଦିକା, ନୃତ୍ୟ ଶିଳ୍ପୀ ଶ୍ରୀମତୀ ପ୍ରତିଭା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ଟ୍ରଷ୍ଟର ସବୁ ସଭ୍ଯ,ବିଶିଷ୍ଠ ସାହିତ୍ୟିକ,ବୁଦ୍ଧିଜୀବୀ ଏବଂ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ