ଦ୍ଵିତୀୟ ପର୍ଯ୍ୟାୟରେ ‘ବିଜୟ ସଂକଳ୍ପ ଯାତ୍ରା’

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ବ କକଲ୍ୟାଣ ପାଇଁ ହିନ୍ଦୁ ଚେତନା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଶାର ଅସ୍ମିତାର ସୁରକ୍ଷା ଓ ଉତ୍କଳର ମଙ୍ଗଳ କାମନା କରିବାର ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦସେବକ ବରିଷ୍ଠ ଦଇତାପତି ତଥା ପୁରୀ ଜିଲ୍ଲା ବିଜେପିର ଉପ ସଭାପତି ଭବାନୀ ଦଇତାପତି | ଏ ନେଇ ଶ୍ରୀ ଭବାନୀ ଦଇତାପତି ଆଜି ଏକ ସାମ୍ବାଦିକସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଓଡ଼ିଶାର ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ପାଇଁ ଭାରତୀୟ ଜନତା ପାର୍ଟିର ପାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି।ପ୍ରଥମ ପର୍ଯ୍ୟାୟରେ କିଛି ସ୍ଥାନରେ ଭୋଟ ସରିଛି ଓ ଅନ୍ୟାନ୍ୟ ସ୍ଥାନରେ ପ୍ରଚାର ସରଗରମ ରହିଛି। ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶାର ଅସ୍ମିତା ଏବଂ କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା।ଶ୍ରୀମନ୍ଦିର ସୁରକ୍ଷା ,ଶୃଙ୍ଖଳିତ ଦର୍ଶନ ଓ ସେବାୟତ କଲ୍ୟାଣ ତଥା ଓଡ଼ିଶାର ଉନ୍ନତି ପାଇଁ ମାନ୍ୟବର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ବାନ ଦେଇଛନ୍ତି ତାକୁ ସଫଳ କରିବାକୁ ହେଲେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନିତ୍ୟାନ୍ତ ଆବଶ୍ୟକ ବୋଲି ଶ୍ରୀ ଭବାନୀ ଦଇତାପତି କହିଛନ୍ତି ।ଏହି କାରଣରୁ ଗତ ୮ତାରିଖରୁ ସିଂହଦ୍ଵାର ଠାରୁ ଏକ ବିଶେଷ ପଟୁଆରରେ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର,ମାଳ,ମହାପ୍ରସାଦ, ପତିତପାବନବାନା,ଘୋଷଯାତ୍ରା ପାଇଁ ନିମନ୍ତ୍ରଣ ପତ୍ର ତଥା ଲୀଳାମୟଙ୍କ ଫଟୋଚିତ୍ର ଧରି ବିଜେପି ଦଳର ସମସ୍ତ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଙ୍କୁ ଶ୍ରୀ ଭବାନୀ ଦଇତାପତିଙ୍କ ନେତୃତ୍ୱରେ ପୁରି ର ଏକସ୍ୱତନ୍ତ୍ର ଦଳ ସମଗ୍ର ରାଜ୍ୟ ପରିଭ୍ରମଣ କରି ପ୍ରଦାନକରିବାର ପବିତ୍ର କାର୍ଯ୍ୟ ଜାରି ରଖିଛନ୍ତି | ଆଜି ସୁଦ୍ଧା ମୋଟ ୨୬ଟି ବିଧାନ ସଭାପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ଏହା ପ୍ରଦାନ ସରିଛି |ଆସନ୍ତା କାଲିଠୁ ପୁଣି ଏହି ଦଳ ପୁରୀରୁ ବାହାରି ଅନ୍ୟାନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ମହାପ୍ରସାଦ, ଆଜ୍ଞାମାଳ ପ୍ରଦାନ କରିବା ସହିତ ମହାପ୍ରଭୁଙ୍କ ନିକଟରେ ବିଜୟ କାମନା କରାଯିବ ବୋଲି ଶ୍ରୀ ଭବାନୀ ଦଇତାପତି କହିଛନ୍ତି | ପ୍ରଥମ ପର୍ଯ୍ୟାୟରେ ବିଜୟ ସଂକଳ୍ପ ଯାତ୍ରାର ଆଜ୍ଞାମାଳ ଓ ମହାପ୍ରସାଦ ପାଇ ପ୍ରାର୍ଥୀ ମାନଙ୍କ ମନରେ ଉତ୍ସାହ ଖେଳିଯିବା ସହିତ ବିଜୟ ସମ୍ଭାବନା ଦ୍ଵିଗୁଣିତ ହୋଇଥିଲା ବେଳେ ଦ୍ଵିତୀୟ ପର୍ଯ୍ୟୟରେ ମଧ୍ୟ ଅନୁରୂପ ସଫଳତା ମିଳିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ