ବଂଶଧାରା କୂଳରେ କାଶୀନଗର ସହର, ତଥାପି ଲୋକଙ୍କୁ ମିଳୁନି ପିଇବା ପାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ସହରଟି ବଂଶଧାରା ନଦୀ କୂଳରେ ରହିଛି. ବଂଶଧାରାର ଜଳ ଯୋଗୁଁ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଖରାଟିଆ ବିଭିନ୍ନ ଚାଷ ସହ ପନିପରିବା ଚାଷ ଆଦିରେ ଚାଷୀ ବିଶେଷ ଲାଭବାନ ହେଉଛନ୍ତି. ଏହି ନଦୀ ପାଣିରେ ଆନ୍ଧ୍ର ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ହେବା ସହ ଆନ୍ଧ୍ରରେ ଜଳ କ୍ଲିଷ୍ଟ ଶତାଧିକ ଗ୍ରାମକୁ ଏହି ନଦୀର ପାଣିକୁ ଆନ୍ଧ୍ରର ଗୋଟା ବ୍ୟାରେଜ ଜଳ ପ୍ରକଳ୍ପ ଠାରେ ଜଳକୁ ସଂରକ୍ଷଣ କରାଯାଇ 2 ବେଳା ପିଇବା ପାଣି ଆନ୍ଧ୍ର ଲୋକଙ୍କୁ ଯୋଗାଇ ଦିଆଯାଉଛି ବୋଲି କାଶୀନଗର ଅଞ୍ଚଳର କେତେଜଣ ବୁଦ୍ଧିଜୀବୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଓଡିଶାରେ ବଂଶଧାରା ନଦୀ 50 ରୁ ଉର୍ଦ୍ଧ ଭାଗ ଓଡ଼ିଶାର ରାୟଗଡ ଓ ଗଜପତି ଜିଲ୍ଲାରେ ପ୍ରବାହିତ ହେଉଛି. ଆନ୍ଧ୍ରରେ ମାତ୍ର 15 ଭାଗରୁ କମ ପ୍ରବାହିତ ହେଉଥିଲେ ସୁଦ୍ଧା ଉପର ମୁଣ୍ଡରେ ଥିବା ଓଡ଼ିଶାର ଜଳକୁ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କରି ସଂରକ୍ଷଣ ଜଳକୁ ବିନିଯୋଗ କରୁଛନ୍ତି. ଏହାଦ୍ୱାରା ଆନ୍ଧ୍ର ଚାଷୀ ଓ ଜଳ କ୍ଲିଷ୍ଟ ଶତାଧିକ ଗ୍ରାମବାସୀ ଉପକୃତ ହେଉଥିବାବେଳେ ଓଡ଼ିଶାର ଚାଷୀ ଓ କୃଷକ ବଂଶଧାରା ନଦୀ ଦ୍ୱାରା ଖରା ଦିନରେ କୌଣସି ଭାବେ ଉପକୃତ ହେଉନଥିବା ବେଳେ ବର୍ଷାଦିନେ ଆନ୍ଧ୍ରର ପ୍ରକଳ୍ପ ଗୋଟା ବ୍ୟାରେଜ ଠାରେ ଗେଟ ପକାଇ ଜଳକୁ ସଂରକ୍ଷଣ କରିବା ଯୋଗୁଁ ଉପର ମୁଣ୍ଡରେ ଥିବା ବର୍ଷା ଜଳ ନଦୀରେ ଅଧିକରୁ ଅଧିକ ପ୍ରବାହିତ ହୋଇ ଆନ୍ଧ୍ର ଯୋଗୁଁ କୃତ୍ରିମ ବନ୍ୟା ଦେଖା ଯିବା ସହ ଓଡ଼ିଶାର କାଶୀନଗର ଓ ଗୁଣୁପୁର ଅଞ୍ଚଳରେ ଅନେକ ଗ୍ରାମରେ ବନ୍ୟା ଯୋଗୁଁ ଲୋକଙ୍କ ଧନ ଜୀବନ ବିପନ୍ନ ହେବା ସହ ଶହ ଶହ ଏକର ଚାଷ ଜମିରେ ବନ୍ୟା ଯୋଗୁଁ ଫସଲ ନଷ୍ଟ ହେବା ସହ ବାଲି ଚର ମାଡି ଯାଉଛି. ଏଭଳି ଭାବେ ଓଡିଶାର ଗଜପତି ଓ ରାୟଗଡ଼ ଜିଲ୍ଲାର ଗୁଣୁପୁର ଅଞ୍ଚଳର ଲୋକେ ବିଗତ 1980 ମସିହାରୁ ବଂଶଧାରା ନଦୀ ଦ୍ୱାରା ଏଭଳି କ୍ଷତି ସହି ଆସୁଥିବାବେଳେ ଆନ୍ଧ୍ର ଚାଷୀ ଓ ଜନ ସାଧାରଣ ବେଶ ଉପକୃତ ହେଉଛନ୍ତି. ବର୍ତ୍ତମାନ କାଶୀନଗର ସହରରେ ପାଣି ସମସ୍ୟା ଉକ୍ରଟ ହେବାରେ ଲାଗିଛି। କାଶୀନଗର ବ୍ଲକ କଲୋନୀରେ ଗତ ତିନି ମାସ ଧରି ପାଣି ସମସ୍ୟା ରହିଥ‌ିବା ବେଳେ ସମସ୍ୟାର ସମାଧାନ ହେଉ ନ ଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକେ ବାରମ୍ବାର ସମସ୍ୟା ଜଣାଇବା ପରେ ବି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବା ଲୋକେ କହିଛନ୍ତି | ଉକ୍ତ ଅଞ୍ଚଳରେ ବହୁ ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ବସବାସ କରୁଛନ୍ତି | ପାଣି ନ ପାଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଲୋକମାନେ ବହୁବାର ସ୍ଥାନୀୟ ୱାର୍ଡ କାଉନସିଲର, ପିମ୍ପୁଡି ବିଭାଗକୁ ଓ ସ୍ଥାନୀୟ ପ୍ରଶାସନକୁ ଅଭିଯୋଗ କରିବା ପରେ ବି ସମସ୍ୟାର ସମାଧାନ ହେଉନଥିବା ଯୋଗୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ସ୍ଥାନୀୟ ଲୋକେ ଗୁରୁବାର ହାଣ୍ଡି, ବାଲଟି ଧରି ବ୍ଲକ କଲୋନୀ ଯିବା ରାସ୍ତା ଅବରୋଧ କରିଥିଲେ | ଏଥିଯୋଗୁ ଉକ୍ତ ରାସ୍ତା ଦେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ କର୍ମଚାରୀ ଓ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା | ତିନି ଘଣ୍ଟା ରାସ୍ତା ଅବରୋଧ କରିବା ପରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅ ହଟିଥିଲା । ପିଏଚଡି ତରଫରୁ ଟ୍ୟାଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଥିଲା । ଏ ନେଇ ସ୍ଥାନୀୟ ପ୍ରଶାସନ ଅତି ଶୀଘ୍ର ପାଣି ସମସ୍ୟାର ସମାଧାନ କରିବା ନେଇ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ