ନାଉଗାଁ ବ୍ଲକ ଜୋନ୍‌-୨ କଂଗ୍ରେସ କାର୍ଯ୍ୟାଳୟ ଉଦ୍‌ଘାଟନ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଲକର ଜୋନ୍ ନମ୍ବର-୨ରେ କଂଗ୍ରେସ କାର୍ଯ୍ୟାଳୟ ଡେରିକି ପଂଚାୟତସ୍ଥିତ ଗଂଗଦାହାଟରେ ଉଦ୍‌ଘାଟିତ ହୋଇଯାଇଛି । ବ୍ଲକ କଂଗ୍ରେସ କମିଟି ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟିକା ପ୍ରାର୍ôଥନୀ ପ୍ରତିମା ମଲ୍ଲିକ ଯୋଗ ଦେଇ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ତାଙ୍କ ସହିତ ପୂର୍ବତନ ବିଧାୟକ ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ସଭାପତି ନଟବର ବାରିକ, ପିସିସି ସଂପାଦକ ବିପ୍ଲବ ଚୌଧୁରୀ, ପୂର୍ବତନ ଜିଲ୍ଲା ପରିଷଦ ମହନୀ ରାଉତ, ବ୍ଲକ ସଭାନେତ୍ରୀ ଅଲିଭା ସ୍ୱାଇଁ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ପ୍ରିତମ ପରିଜା ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ପ୍ରହଲ୍ଲାଦ ବିଶ୍ୱାଳ, ବିଜୟ ବେହେରା, ଉଲ୍ଲାସ ସ୍ୱାଇଁ, ବିବେକାନନ୍ଦ ବାରିକ, ଅକ୍ଷୟ ସ୍ୱାଇଁ, କ୍ଷୀରୋଦ ବିଶ୍ୱାଳଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ