ଉତ୍ତମ ଚଳଚ୍ଚିତ୍ର ସମାଜକୁ ପ୍ରଭାବିତ କରିଥାଏ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ବାଣୀଚିତ୍ର ଚଳଚ୍ଚିତ୍ରର ୫୬ବର୍ଷ ପୂର୍ତ୍ତି ଓ ବାଣୀଚିତ୍ର ସମ୍ମାନ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ବିଶିଷ୍ଟ ଗାଳ୍ପିକ, ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କୁ ବାଣିଚିତ୍ର ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା । ସେହିପରି ଲେଖିକା, ଅନୁବାଦିକା ଜୟଶ୍ରୀ ଦାସଙ୍କୁ ଜୀବନବ୍ୟାପୀ ସାରସ୍ୱତ ସାଧନା ତଥା କଳା, ସଂସ୍କୃତି ତଥା ଦକ୍ଷ ଲେଖନୀ ପାଇଁ ବାଣୀଚିତ୍ର ସ୍ୱତନ୍ତ୍ର ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା । ଏହା ସହିତ ଅମିତାଭ ରଥ, ଦେବଯାନୀ ରାୟ, ମମତା ବିଶ୍ୱାଳ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।କାର୍ଯ୍ୟକ୍ରମରେ ଅତିଥି ଭାବେ ବିଭୂତି ପଟ୍ଟନାୟକ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ, ପୂର୍ବତନ ପ୍ରଶାସନିକ ଅଧିକାରୀ ରବି ନାରାୟଣ ସେନାପତି ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ ଯେ, ଉତ୍ତମ ଚଳଚ୍ଚିତ୍ର ସମାଜକୁ ପ୍ରଭାବିତ କରିବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ । ସମ୍ପାଦକ ଭାସ୍କର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଗୁଡ଼ି, କମଲକିରଣ ପରିଚାଳନା କରିଥିଲେ । ଏଥିରେ ବହୁ ଚଳଚ୍ଚିତ୍ରପ୍ରେମୀ, ସାହିତ୍ୟିକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ