ଭଞ୍ଜନଗରରେ ରାଜନୈତିକ ହିଂସା ଛଜଣ ବିଜେପି କର୍ମୀ ଆହତ

ଭଞ୍ଜନଗର,(ସନ୍ତୋଷ ଜେନା):ଭଞ୍ଜନଗର ଥାନା ଅନ୍ତର୍ଗତ ବେତାର ଗାଁରେ ବିଜେଡି ଓ ବିଜେପି କର୍ମୀ ମୁଁହାମୁହିଁ । ଛଜଣ ବିଜେପି କର୍ମୀ ଆକ୍ରମଣର ଶିକାର । ଡିହପଢାଳ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଓ ପାଞ୍ଚଜଣ ସହଯୋଗୀ କୌଣସି ରାଜନୈତିକ କାମରେ ବେତାର ଗାଁକୁ ଯାଇଥିବା ବେଳେ ବିଜେଡି କର୍ମୀଙ୍କ ସହିତ ମୁଁହା ମୁଁହି ହୋଇଥିଲେ | ସେଠାରେ ଉଭୟ ବିଜେଡି ଓ ବିଜେପି ବଚସା ହୋଇ ଗଣ୍ଡଗୋଳ ହୋଇଥିଲା ଏବଂ ଏହି ଗଣ୍ଡଗୋଳରେ ବିଜେଡିକର୍ମୀମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିବାରୁ ବିଜେପିର ଛଜଣ ଆହତ ହୋଇଛନ୍ତି । ଆହାତ ବ୍ୟକ୍ତିମାନଙ୍କୁ ଚିକିତ୍ସା କରିବାନିମନ୍ତେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା | ଅନ୍ୟପଟେ ବିଜେପି ତରଫରୁ ଆକ୍ରମଣ କରିଥିବା ବ୍ୟକ୍ତି ମାନଙ୍କୁ ଗିରଫ ଦାବିରେ ରାସ୍ତା ଉପରେ ବିଜେପି କର୍ମୀ ମାନେ କିଛି ସମୟ ପାଇଁ ଧାରଣା ଦେଇଥିଲେ । ଭଞ୍ଜନଗର ଓ ଦଶପଲା ରାସ୍ତା ଅବରୋଧ ହୋଇରହିବା କାରଣରୁ ଦୁଇପଟେ ଯାନବାହନ ମଧ୍ୟ କିଛି ସମୟପାଇଁ ଅଟକି ରହିଥିଲା । ପୁଲିସ ପଂହଁଚି ଘଟଣାକୁ ଆୟତ କରିବାକୁ ଉଦ୍ୟମ କରିବାସହିତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ନିମନ୍ତେ ଆସିଥିବା ଗଜପତି ଏସପି ସ୍ୱାତୀ ଏସ କୁମାର ଆକ୍ରମଣକାରୀଙ୍କୁ ଅତିଶୀଘ୍ର ଗିରଫ କରିବାପାଇଁ ପ୍ରତିଶୃତି ଦେଇଥିଲେ | ଏସ ପିଙ୍କ ପ୍ରତିଶୃତି ପରେ ଲୋକମାନେ ଧାରଣାରୁ ହଟିଥିଲେ |ଏହି ଘଟଣା ରେ ଆହତ ବ୍ୟକ୍ତି ମାନଙ୍କ ତରଫରୁ ସ୍ଥାନୀୟ ଥାନାରେ ଏକ ଏତଲା ଦିଆଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ