ଉତ୍କଳ କେଶରୀ ସାହିତ୍ୟ ସଂସଦର କବିତା ପାଠ, ପୁସ୍ତକ ଲୋକାର୍ପଣ ଉତ୍ସବ

ବନ୍ତ, (ଚାନ୍ଦିିନୀ ମହାନ୍ତି) : ବୁଧବାର ବନ୍ତ ବ୍ଲକ ନିମାପଡା କପାଳୀକ୍ଷେତ୍ର ଠାରେ ଉତ୍କଳ କେଶରୀ ସାହିତ୍ୟ ସଂସଦର ଗ୍ରୀଷ୍ମକାଳୀନ କବିତା ଆସର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପସଭାପତି ଅକ୍ଷୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାହିତ୍ୟିକ ଡଃ.ଶୁଭେନ୍ଦ୍ର କୁମାର ମିଶ୍ର ଯୋଗ ଦେଇ ଆଧୁନିକ ସାହିତ୍ୟରେ ଶାଳିନ୍ୟତା ଉପରେ ଆଲୋଚନା କରିଥିଲେ । ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜଗନ୍ନାଥ ପାତ୍ର ସ୍ୱାଗତ ଭାଷଣ ସହ ସାହିତ୍ୟର ଭୂମିକା ଉପରେ ଆଲୋକପାତ କରିଥିଲେ । ଦାଶରଥି ଜେନା ଓ ସୁକାନ୍ତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାବାଜି ଚରଣ ଦଳେଇ, ଭାଗବତ ସାହୁ, ଅରୁଣ କୁମାର ଜେନା, ସୁବୋଧ କୁମାର ସାହୁ, ନାରାୟଣ ଚନ୍ଦ୍ର ଲେଙ୍କା, ଗୟାଧର ଦାସ, ରମାକାନ୍ତ ଜେନା, ଚତୁର୍ଭୁଜ ପହି, ଜଗନ୍ନାଥ ପାତ୍ର, ଅକ୍ଷୟ କୁମାର ଜେନା, ଗଣେଶ ପ୍ରସାଦ କରଶର୍ମା, ରମେଶ ଚନ୍ଦ୍ର ଗାହାଣ, ଶିବ ପ୍ରସାଦ ବିଶ୍ୱାଳ, ସୌମ୍ୟ ରଞ୍ଜନ ମହାନ୍ତି, ଶରତ ଚନ୍ଦ୍ର ଖିଲାରଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ । ଏହି ଅବସରରେ ମନୋରଞ୍ଜନ ମହାନ୍ତିଙ୍କ ଲିଖିତ ପୁସ୍ତକ ‘ଗଣତନ୍ତ୍ର ଦର୍ଶନ’ ଲୋକାର୍ପଣ ହୋଇଥିଲା । ଚତୁର୍ଭୁଜ ପହି ବହିର ସମୀକ୍ଷା କରିଥିଲେ । ରାମାକାନ୍ତ ଜେନା ଅତିଥି ପରିଚୟ ଓ ନାରାୟଣ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ