ପରଲୋକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଉପ ଶାସନ ସଚିବ କାଳି ଚରଣ ହେମ୍ବ୍ରମଙ୍କ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) :ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଉପ ଶାସନ ସଚିବ କାଳି ଚରଣ ହେମ୍ବ୍ରମଙ୍କରମଇ ୧୦ ତାରିଖ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ କଳାପଥର ଗ୍ରାମ ନିବାସୀ ସ୍ୱର୍ଗତ ହେମ୍ବ୍ରମଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୂର୍ବରୁ ତାଙ୍କ ପତ୍ନୀଙ୍କର ବିୟୋଗ ଘଟିଥିଲା । ତାଙ୍କ ବିୟୋଗରେ ଜିଏପିଜି ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦ ଆନୁକୂଲ୍ୟରେ ଏକ ଶୋକ ଶୋଭା ପୂର୍ବାହ୍ନରେ ଲୋକ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ଇଷ୍ଟେଟ୍ ନିର୍ଦ୍ଦେଶକ ମନୋଜ କୁମାର ମହାନ୍ତି, ସ୍ୱତନ୍ତ୍ର ଶାସନ ସଚିବ ଡଃ. ହିମାଂଶୁ ଭୂଷଣ ପଣ୍ଡା, ଓଏସଡି ତଥା ସ୍ୱତନ୍ତ୍ର ଶାସନ ସଚିବ ଗଣେଶ ଚନ୍ଦ୍ର ପାତ୍ର, ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଲ୍ଲିକ, ସଂଗ୍ରାମକେଶରୀ ରାୟସର୍ଦ୍ଦାର, ଅର୍ଥ ପରାମର୍ଶଦାତା ସାଗରିକା ହୋତା ଏବଂ ଜିଏପିଜି ବିଭାଗର ଅନ୍ୟ ସମସ୍ତ ଶାଖାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଦିବଂଗତ ଅମରାତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମକୁ ଜିଏପିଜି ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଚିତ୍ତରଂଜନ ପଣ୍ଡା ଓ ସାଧାରଣ ସଂପାଦକ ଅମୀୟ କୁମାର ଦାସ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ