ଆନନ୍ଦପୁର ନିର୍ବାଚନମଣ୍ଡଳୀର ୨୯୧ ବୁଥ୍‌ରେ ୨୩୩୨୦୩ ଭୋଟର କରିବେ ମତଦାନ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆସନ୍ତା କାଲି ଅର୍ଥାତ ୨୫ ତାରିଖ ଶନିବାର ଦିନ ଆନନ୍ଦପୁର ୨୨ନମ୍ବର ସଂରକ୍ଷିତ ବିଧାନସଭା ପାଇଁ ହେବ ମତଦାନ। ଆନନ୍ଦପୁର ନିର୍ବାଚନମଣ୍ଡଳୀ ରେ ମୋଟ ୨ ଲକ୍ଷ ୩୩ ହଜାର ୨୦୩ ଜଣ ଭୋଟର କରିବେ ମତଦାନ। ଏଥିପାଇଁ ପାଇଁ ୨୯୧ ଗୋଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ରହିଛି। ନିର୍ବାଚନମଣ୍ଡଳୀରେ ୧ ଲକ୍ଷ ୧୭ ହଜାର ୬୮୮ ଜଣ ପୁରୁଷ ଭୋଟର ରହିଥିବାବେଳେ ୧ ଲକ୍ଷ ୧୫ ହଜାର ୫୦୬ ଜଣ ମହିଳା ଭୋଟର ଅଛନ୍ତି । ଅନ୍ୟାନ୍ୟରେ ୯ ଜଣ ଭୋଟର ରହିଛନ୍ତି। ନିର୍ବାଚନମଣ୍ଡଳୀରେ ମୋଟ ୩୩ ଗୋଟି ବୁଥ ଅତି ସମ୍ବେଦନଶୀଳ ବୁଥ୍ ରହିଥିବାବେଳେ ୩୦ ଗୋଟି ପିଙ୍କ ବୁଥର ବ୍ୟବସ୍ଥା ରହିଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ପାଇଁ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରହିଥ‌ିବା ବେଳେ ଦୁଇ ଜଣ ଡିଏସପି, ୬ ଜଣ ଇନିସପେକ୍ଟର, ୫୩ ଜଣ ଏସ.ଆଇ ଓ ଏ.ଏସ.ଆଇ, ୨୪୨ ଜଣ କନେଷ୍ଟବଳ, ୧୮୨ ହୋମଗାର୍ଡ଼, ୪୬ ଜଣ ଗ୍ରାମରକ୍ଷୀ ରହିଛନ୍ତି। ଶୁକ୍ରବାର ସମସ୍ତ ବୁଥ ଗୁଡିକୁ ପୁଲିଂ ପାର୍ଟିଙ୍କୁ ପଠାଇ ଦିଆ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ